ଭୁବନେଶ୍ୱର: ଯୋଗ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର ହୋଇଥାଏ । ଏଥି ସହିତ ସୂର୍ଯ୍ୟ ନମସ୍କାର ଯୋଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, ଯାହା ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ସୂର୍ଯ୍ୟ ନମସ୍କାର କରି ଶରୀରର ମାଂସପେଶୀ ଶକ୍ତିଶାଳୀ ହୁଏ । ଅନେକ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଅତ୍ୟନ୍ତ ଦୁର୍ବଳ ଏବଂ ସେମାନେ ପ୍ରାୟତଃ ଅସୁସ୍ଥ ହୋଇଯାଆନ୍ତି । ସୂର୍ଯ୍ୟ ନମସ୍କାର ମଧ୍ୟ ସେମାନଙ୍କ ପାଇଁ ଲାଭଦାୟକ । ସୂର୍ଯ୍ୟ ନମସ୍କାର କରିବା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ । ଯେଉଁମାନଙ୍କର ହଜମ ଜନିତ ସମସ୍ୟା ରହିଛି ସେମାନେ ମଧ୍ୟ ସୂର୍ଯ୍ୟ ନମସ୍କାର କରିପାରିବେ । ଓଜନ ହ୍ରାସ କରିବାରେ ସୂର୍ଯ୍ୟ ନମସ୍କାର ମଧ୍ୟ ଲାଭଦାୟକ । ଏହା ବ୍ୟତୀତ ସୂର୍ଯ୍ୟ ନମସ୍କାର ହୃଦୟ ସସ୍ୱନ୍ଧୀୟ ରୋଗରେ ମଧ୍ୟ ଉପକାରୀ । ଅନେକ ଥର ଲୋକଙ୍କ ହାତରେ ବହୁତ ଯନ୍ତ୍ରଣା ହୁଏ, ଏହାର ମୁଖ୍ୟ କାରଣ ହେଉଛି ହାଡ ଦୁର୍ବଳ ହେବା । ହାଡକୁ ମଜବୁତ କରିବାରେ ସୂର୍ଯ୍ୟ ନମସ୍କାର ମଧ୍ୟ ସାହାଯ୍ୟ କରନ୍ତି । ଯେଉଁମାନଙ୍କ ହାଡରେ ଆଘାତ ଲାଗିଛି କିମ୍ବା କୌଣସି ଅସ୍ତ୍ରୋପଚାର କରାଯାଇଛି, ସେମାନେ ସୂର୍ଯ୍ୟ ନମସ୍କାରଠାରୁ ଦୁରେଇ ରହିବା ଉଚିତ୍ । ଏହା ବ୍ୟତୀତ ଗର୍ଭବତୀ ମହିଳାମାନେ ମଧ୍ୟ ସୂର୍ଯ୍ୟ ନମସ୍କାର ଏଡାଇବା ଉଚିତ୍ ।