14.1 C
Bhubaneswar
Friday, January 16, 2026
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ପିଜୁଳି

ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ପିଜୁଳି

ଭୁବନେଶ୍ୱର : ଯେଉଁଭଳି ଜୀବନଶୈଳୀ ଆମେ ଜିଉଁଛେ, ସେଥିରେ ସ୍ୱାସ୍ଥ୍ୟ ସହ ଜଡ଼ିତ ବିଭିନ୍ନ ସମସ୍ୟା ରହିବା ସ୍ୱାଭାବିକ। ସେଥିରୁ ଏକ ବଡ଼ ସମସ୍ୟା ହେଉଛି ମୋଟାପଣ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପିଜୁଳି ପତ୍ର ଏହି ସମସ୍ୟାକୁ ଦୂର କରି ପାରିବ। କାହିଁକି ନା, ଏଥିରେ ଅନେକ ପୌଷ୍ଟିକ ତତ୍ତ୍ୱ ଯେପରି ଆଇରନ, ମ୍ୟାଗ୍ନେସିୟମ, ଭିଟାମିନ ସି, ବି, କ୍ୟାଲସିୟମ, ପୋଟାସିୟମ, ପ୍ରୋଟିନ ଆଦି ଭରି ରହିଛି। ଆଜି ଆମେ ଆପଣଙ୍କୁ କହିବୁ, ପିଜୁଳି ପତ୍ର ମୋଟାପଣ ସମସ୍ୟାକୁ କିପରି ଦୂର କରି ପାରିବ।
କେମିତି କରିବେ ବ୍ୟବହାର
ପିଜୁଳି ପତ୍ରକୁ ଭଲ ଭାବରେ ଧୋଇ ପାଣିରେ ସିଝାନ୍ତୁ। ଏବେ ଏହି ପାଣିକୁ ଛାଣି ଏକ ଗ୍ଲାସ୍ରେ ଭର୍ତ୍ତି କରନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ଖାଲି ପେଟରେ ସେବନ କରନ୍ତୁ।
ପିଜୁଳି ପତ୍ରର ଫାଇଦା :
– ଗ୍ୟାଷ୍ଟ୍ରିକ୍ ଅଲସରରୁ ମୁକ୍ତି ପାଇବା ପାଇଁ ପିଜୁଳି ପତ୍ର ସେବନ କରନ୍ତୁ।
– ଡାଇବେଟିସ୍ ରୋଗୀ ପିଜୁଳି ପତ୍ରର କାଢା ପିଇ ଏହି ସମସ୍ୟାରୁ ଛୁଟକାରା ପାଇ ପାରିବେ।
– କୋଲେଷ୍ଟ୍ରୋଲକୁ କମ୍ କରିବାରେ ମଧ୍ୟ ପିଜୁଳି ପତ୍ର ବହୁତ କାମରେ ଆସି ପାରିବ।
– ହଜମ ପ୍ରକ୍ରିୟାକୁ ଠିକ୍ ରଖିବା ପାଇଁ ପିଜୁଳି ପତ୍ର ଚୋବାଇ ଖାଆନ୍ତୁ।
– ଆଣ୍ଟି ଆଲର୍ଜିକ ଗୁଣରେ ଭରପୂର ପିଜୁଳି ପତ୍ର କୁଣ୍ଡାଇ ହେବା ଏବଂ ଆଲର୍ଜି ଭଳି ସମସ୍ୟାରୁ ମୁକ୍ତି ଦେଇ ପାରିବ।
କ୍ଷତି ଏବଂ ସାବଧାନତା:
– ପିଜୁଳିର ବାସି ପତ୍ର ସେବନ କରିବା ଉଚିତ ନୁହେଁ।
– ଗର୍ଭବତୀ ମହିଳା କିମ୍ବା ସ୍ତନପାନ କରାଉଥିବା ମହିଳା ଡାକ୍ତରଙ୍କ ପରାମର୍ଶରେ ହିଁ ପିଜୁଳି ପତ୍ର ସେବନ କରିବା ଉଚିତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking