ଭୁବନେଶ୍ୱର: ରାସନ କାର୍ଡ ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କେଜି ଲେଖାଏଁ ଚାଉଳ । ଆଶା ଦେଖାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଚୂଡାନ୍ତ ନିଷ୍ପତ୍ତି ହୋଇନି , ଚିନ୍ତା କରାଯାଉଛି । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ସମସ୍ତ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଦେବାକୁ ଚିନ୍ତା କରାଯାଉଛି । ଆମେ ଚାହୁଁଛୁ ଗରିବ ଲୋକମାନେ ଅଧିକ ଚାଉଳ ପାଆନ୍ତୁ । ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ଅଧିକ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ।










