22.1 C
Bhubaneswar
Friday, January 16, 2026
Homeଓଡିଶାବେଲଗୁଣ୍ଠା ବ୍ଲକ୍ ଅଧ୍ୟକ୍ଷ ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ମମତା ଭୋଳ ବିଜୟୀ

ବେଲଗୁଣ୍ଠା ବ୍ଲକ୍ ଅଧ୍ୟକ୍ଷ ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ମମତା ଭୋଳ ବିଜୟୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପଞ୍ଚାୟତ ସମିତି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ମମତା ଭୋଳ ବିଜୟୀ ହୋଇଛନ୍ତି। ହାଇକୋର୍ଟଙ୍କ ହସ୍ତକ୍ଷେପ ଫଳରେ ଆଜି ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଭୋଟ ଗଣତି ହୋଇ ବଡ଼ ବୋରସିଂ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ଭୋଳଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ପରଲୋକରେ ଉକ୍ତ ଆସନ ଖାଲି ପଡ଼ିଥିଲା ଏବଂ ଅଧ୍ୟକ୍ଷ ଦାୟିତ୍ୱରେ ଉପାଧ୍ୟକ୍ଷା ରହିଥିଲେ। ପରବର୍ତ୍ତୀ ସମୟରେ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ନିର୍ବାଚନ ନ କରିବା ପାଇଁ ଭାରତୀୟ ଜନତା ପାର୍ଟି ସମସ୍ତ ଉଦ୍ୟମ କରିଆସୁଥିଲା ବୋଲି ଅଭିଯୋଗ ହୋଇଆସୁଥିଲା।

ଏଭଳି ସ୍ଥିତିରେ ମମତା ଭୋଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଜାନୁଆରୀ ୩୦ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଫଳାଫଳ ଘୋଷଣାକୁ କୋର୍ଟ ସ୍ଥଗିତ ରଖିଥିଲେ। ଗତ ୨୦ଫେବ୍ରୁଆରୀରେ ଉଚ୍ଚନ୍ୟାୟାଳୟ ମାମଲାର ଶୁଣାଣି କରି ଫଳାଫଳ ଘୋଷଣା ପାଇଁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ନିର୍ବାଚନ ଅଧିକାରୀ ତଥା ବୁଗୁଡ଼ା ତହସିଲଦାର ଭୋଟ ଗଣତି କରି ଫଳାଫଳ ଘୋଷଣା କରିଥିଲେ। ଏହି ନିର୍ବାଚନ ଜିତିବା ପାଇଁ ଶାସକ ବିଜେପି ଦଳ ତଥା ସ୍ଥାନୀୟ ବିଧାୟକଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ହୋଇଥିବାରୁ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ନବନିର୍ବାଚିତ ଅଧ୍ୟକ୍ଷା ମମତା ଭୋଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking