19.1 C
Bhubaneswar
Friday, December 27, 2024
Homeଓଡିଶାଖୋଲା ଆଲୋଚନା ଓ କଡ଼ାକଡ଼ି ନିୟମ ଦ୍ୱାରା ଶିଶୁ ଚାଲାଣକୁ ରୋକିବାରେ ସକ୍ଷମ ହେବା :...

ଖୋଲା ଆଲୋଚନା ଓ କଡ଼ାକଡ଼ି ନିୟମ ଦ୍ୱାରା ଶିଶୁ ଚାଲାଣକୁ ରୋକିବାରେ ସକ୍ଷମ ହେବା : ଉପମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର:  ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ଅନ୍ତରାଷ୍ଟ୍ରୀୟ ସଂସ୍ଥା ୟୁନିସେଫ୍‌ର ସହଭାଗିତାରେ ଆୟୋଜିତ ହୋଇଯାଇଛି ଶିଶୁ ଚାଲାଣକୁ ଦୂର କରିବା ନିମନ୍ତେ ଏକ ରାଜ୍ୟସ୍ତରୀୟ ପରାମର୍ଶ ବୈଠକ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଶିଶୁ ଚାଲାଣ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ରାଜ୍ୟ ସରକାର ଶିଶୁ ଓ ମହିଳା ଚାଲାଣ ରୋକିବାର ସମସ୍ତ ଦିଗକୁ ପ୍ରାଥମିକତା ଦେଉଛନ୍ତି । ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ନିୟମକାନୁନକୁ କଡାକଡି କରିବା ସହ ଶିଶୁମାନଙ୍କର ଡିଜିଟାଲ ବ୍ୟବହାରକୁ ନିୟନ୍ତ୍ରଣ କରିବାର ସମୟ ଆସିଛି ବୋଲି ଶ୍ରୀମତୀ ପରିଡା ମତବ୍ୟକ୍ତ କରିଥିଲେ ।

ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମକୁ ଶିଶୁ ସୁରକ୍ଷା କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣି ଗାଁ ଗାଁରେ ସଚେତନତାର ବାର୍ତ୍ତା ଓ ହେଲପ୍‌ଲାଇନ ନମ୍ବରକୁ ସକ୍ରିୟ କରିବାର ପରାମର୍ଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା । ଏହି ଲଢେଇରେ ସରକାରଙ୍କ ତରଫରୁ ଜନସାଧାରଣଙ୍କୁ ପୂର୍ଣ୍ଣ ସମର୍ଥନ ଦେବା ସହ ଶିଶୁ ଚାଲାଣକୁ ମୂଳପୋଛ କରିବା ପାଇଁ ମିଶନ ମୋଡ୍‌ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଲେ ଶ୍ରୀମତୀ ପରିଡା । ଏହି ପରିପ୍ରେକ୍ଷୀରେ ଆଜିର ଆଲୋଚନାରେ ନିଷ୍କର୍ଷ ସମସ୍ତ ପ୍ରସ୍ତାବ ଓ ମତାମତକୁ ସମ୍ମାନ ଦିଆଯିବା ସହ ସମ୍ଭାବ୍ୟ ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଲେ ଉପମୁଖ୍ୟମନ୍ତ୍ରୀ ।

ଶିଶୁ ଓ ମହିଳା ଚାଲାଣ ଭଳି ଜଘନ୍ୟ ଅପରାଧକୁ ରୋକିବା କ୍ଷେତ୍ରରେ ଆମ ସମସ୍ତଙ୍କୁ ସହଭାଗିତାରେ କାର୍ଯ୍ୟ କରିବାକୁ ପଡିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମତପ୍ରକାଶ କରିଥିଲେ । ଶିଶୁ ଚାଲାଣ ରୋକିବା ପାଇଁ ବିଭାଗ ତରଫରୁ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ସେ ଦୃଢ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ୟୁନିସେଫର ରାଜ୍ୟ ମୁଖ୍ୟ ଶ୍ରୀ ୱିଲିୟମ ହାନଲୋନ ଜୁନିଅର ଯୋଗ ଦେଇ ଶିଶୁ ଚାଲାଣ ରୋକିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ।

ଏହି ଆଲୋଚନା ଚକ୍ରରେ ବିଭିନ୍ନ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷବୃନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଗଣ, ଚାଇଲï ହେଲପ୍‌ଲାଇନ ନମ୍ବରର ପ୍ରୋଜେକ୍ଟ ସଂଯୋଜକଗଣ ଓ ଶିଶୁ ସୁରକ୍ଷା ସହ ଜଡ଼ିତ ରାଜ୍ୟର ପ୍ରମୁଖ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ଆଦି ଅଂଶଗ୍ରହଣ କରିଥିଲେ । ଖଡଗପୁର ରେଲେୱ ସୁରକ୍ଷା ଅଧିକାରୀ ଓ ରାଜ୍ୟ ପୋଲିସ ଅଧିକାରୀମାନେ ମଧ୍ୟ ଏହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ଚାଲାଣର କାରଣ ଓ ନିରାକରଣ ଉପରେ ବିସ୍ତୃତ ଆଲୋଚନା ହେବା ସହ ୪-P: ପ୍ରତିରୋଧ (prevention ), ସୁରକ୍ଷା(protection ), ନିୟମ କାର୍ଯ୍ୟକାରୀ (prosecution ) ଓ ସହଭାଗୀତା(partnership )ର ଆଭିମୁଖ୍ୟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକା ଶ୍ରୀମତୀ ମୋନିଷା ବାନର୍ଜୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଅତିରିକ୍ତ ସଚିବ ଶ୍ରୀ ସମ୍ବିତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking