ବଡମ୍ବା: ବଡ଼ମ୍ବା ଚିନିକଳ ପୁନଃରୁଦ୍ଧାର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ । ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ବଡମ୍ବା ଚିନିକଳର ପୁନଃରୁଦ୍ଧାର ପାଇଁ ଜମି ଚିହ୍ନଟକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବଡ଼ମ୍ବା ତହସିଲଦାର ଶାଶ୍ୱତ ରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ୧୨୩ ଏକର ଜମିର ମାପଚୁପ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି । ବଡମ୍ବା-ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା ଓ ବଡମ୍ବା ପ୍ରଶାସନର ଉପସ୍ଥିତିରେ ଏହି କାର୍ଯ୍ୟ ଆଗକୁ ବଢ଼ୁଛି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ବିଜୟ କୁମାର ଦଳବେହେରା କହିଛନ୍ତି । ସେପଟେ ଖୁବଶୀଘ୍ର ଚାଲିବ ବଡ଼ମ୍ବା ଚିନିକଳ ସମବାୟ ମନ୍ତ୍ରୀଙ୍କ ବଡ଼ ଘୋଷଣା । କହିଲେ ବଡମ୍ବା ଚିନିକଳ ଖୁବ ଶୀଘ୍ର ଖୋଲିବ, ଜମି ମାପଚୁପ ପାଇଁ ନିର୍ଦ୍ଦେଶ ଆସିଛି । ବଡମ୍ବା ରେ ଆୟୋଜିତ ଏକ ଫୁଟ୍ ବଲ୍ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ଅବସରରେ ଏହା କହିଛନ୍ତି।