ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାରହେତ ଆସନରୁ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ସତ୍ୟ ପାଠରୁ କିଛି ତଥ୍ୟ ମିଳିଛି । ଗତ ୫ ବର୍ଷରେ ହେମନ୍ତ ସୋରେନଙ୍କ ବୟସ ବଢିଛି ବର୍ଷ । ଅର୍ଥାତ ୫ ବର୍ଷ ପୂର୍ବ ୪୨ ବର୍ଷ ଉଲ୍ଲେଖ ହୋଇଥିବା ବେଳେ ଏବେ ବୟସ ୪୯ ବର୍ଷ ବୋଲି ସତ୍ୟପାଠରେ ଉଲଲ୍ଲେ ଅଛି । ଏହାକୁ ନେଉ ରାଜନୀତି ବିବାଦ ଦେଖାଦେଇଛି । ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଏପରି ଭୁଲ ତଥ୍ୟ ଦେବା ସତ୍ତ୍ୱେ ହେମନ୍ତ ସୋରେନଙ୍କ ନାମାଙ୍କନ ରଦ୍ଦ ହେବା ଉଚିତ ନୁହେଁ । କାରଣ ଭୋଟର ଏହାର ଉଚିତ ଜବାବ ଦେବେ । ତାଙ୍କୁ ହରାଇ ଦେବେ । ବିଜେପି ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମରାଣ୍ଡି କହିଛନ୍ତି ହେମନ୍ତ ସୋରେନ ସବୁବେଳେ ତ୍ରୁଟିପୂର୍ଣ୍ଣ ତଥ୍ୟ ସତ୍ୟପାଠରେ ଦାଖଲ କରିଥାନ୍ତି । ଏନେଇ ଆମେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ ।
https://www.youtube.com/watch?v=H-iJuLw9fKo