ମୟୁରଭଞ୍ଜ: ଗୋ ମାଂସ ଚାଲାଣ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପୋଲିସ ଆଜି ଦୁଇଜଣଙ୍କୁ ଥାନାରେ ଅଟକ ରଖି ପଚାରାଉଚରା କରୁଥିବାର ଦେଖିବାକୁ ମିଳିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଟକ ଦୁଇଜଣଙ୍କ ମଧ୍ୟରୁ ଜଣେ ଖୁଣ୍ଟା ଥାନା ଅଞ୍ଚଳର ରଘୁନାଥ ମାହାଲି ଏବଂ ଅନ୍ୟ ଜଣେ ନାବାଳକ । ସୂଚନା ଅନୁଯାୟୀ, ରଘୁନାଥଙ୍କ ବାପା ମାଆ ନଥିବାରୁ ସେ ବେଲାଝୁରି ଗ୍ରାମରେ ଥିବା ମାମୁଁ ରବି ମାହାଲିଙ୍କ ଘରେ ରହି ଆସୁଛନ୍ତି। ତେବେ ଆଜି ଏକ ବାଇକ ଯୋଗେ ରଘୁନାଥ ତାଙ୍କର ୧୩ ବର୍ଷର ନାବାଳକ ଭଣଜାକୁ ସାଙ୍ଗରେ ନେଇ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳରୁ ଏକ ବସ୍ତାରେ ଗୋମାଂସ ଆଣୁଥିବା ସମୟରେ ରାସଗୋବିନ୍ଦପୁର ଥାନା ଅଧୀନ ଯୋଡ଼ାପୋଡା ହାଟପଦା ଠାରେ ସ୍ଥାନୀୟ ଲୋକେ ଅଟକାଇ ପୋଲିସକୁ ଖବର ଦେଇଥିଲେ। ତେବେ ନାବାଳକ ଜଣକ ପଞ୍ଚମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଥାନାକୁନେଇ ପଚାରାଉଚୁରା କରିବା ସହିତ ବାଇକକୁ ମଧ୍ୟ ଜବତ କରିଥିବା ଦେଖିବାକୁ ମିଳିଛି। ଧରାପଡିବା ପରେ ରଘୁନାଥ ମାହାଲି କହିଛନ୍ତି ମୋର ଭଣଜା ଛୋଟ ପିଲା ଥିବାରୁ କେହି ସନ୍ଦେହ କରିବେ ନାହିଁ, କିନ୍ତୁ ଧରାପଡିଗଲି ।










