26.1 C
Bhubaneswar
Thursday, September 19, 2024
Homeଓଡିଶାଆୟୋଜିତ "ବେଦଧ୍ବନୀ ମହୋତ୍ସବ" ଆଜି ଉଦଯାପିତ

ଆୟୋଜିତ “ବେଦଧ୍ବନୀ ମହୋତ୍ସବ” ଆଜି ଉଦଯାପିତ

ଭୁବନେଶ୍ୱର : ଜ୍ୟୋତି କଳା ପରିଷଦ, ଭୁବନେଶ୍ୱର ତରଫରୁ ଜୟଦେବ ଭବନ ଠାରେ ଆୟୋଜିତ “ବେଦଧ୍ବନୀ ମହୋତ୍ସବ” ଆଜି ଉଦଯାପିତ ହୋଇ ଯାଇଛି । କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ
ବିଶିଷ୍ଟ ଅତିଥି ଓ ସାଂସ୍କୃତିକ ବ୍ୟକ୍ତିତ୍ୱମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ମହୋତ୍ସବର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକ ସର୍ମ୍ପକ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଯୋଗଦେଇ କହିଲେ ଯେ ବେଦଧ୍ବନୀ ମହୋତ୍ସବ ତା’ର ନାମରୁ ହିଁ ଅନୁଷ୍ଠାନର ଗମ୍ଭିରତା କେତେ ତାହା ମନେ ପକାଇ ଦେଉଛି । ସବୁ ସଙ୍ଗୀତର ମୂଳ ଆଧାର ବେଦ । ତତ୍ ସହିତ ଓଡିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ନିରନ୍ତର ପ୍ରେରିତ ଏହି ଅନୁଷ୍ଠାନ ଦୀର୍ଘ ୧୨ ବର୍ଷ ଧରି ଉନ୍ମେଷମୁଖୀ ପ୍ରତିଭା ସୃଷ୍ଟି କରି ଚାଲିଛି । ଦେହ,ମନ,ପ୍ରାଣରେ ଏ ଅନୁଷ୍ଠାନ ଯେ ସମର୍ପିତ ଆଜିର ଏ ଭବ୍ୟ ସମାରୋହ ତାର ଉଦାହରଣ ବୋଲି କହିବା ସହିତ ଅନୁଷ୍ଠାନର ପ୍ରୟାସ ସୁଦୂରପ୍ରସାରୀ ଓ ଦୀର୍ଘଜୀବୀ ହେଉ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଦୁଇ ଦିନ ଧରି ଚାଲିଥିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା। ମହୋତ୍ସବର ଉଭୟ ଦିନରେ ଓଡିଶାର କଳା ଓ ସଂସ୍କୃତି ଉପରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବ ଦ୍ୱାରା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେଇ ଯିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ ।

“ବେଦଧ୍ବନୀ ମହୋତ୍ସବ” ଅବସରରେ ଓଡିଆ ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ କୁନି ପ୍ରତିଭା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଓଡିଶୀ, ସମ୍ବଲପୁରୀ, ଗୋଟିପୁଅ ଓ ପାଇକ ନୃତ୍ୟର ବିଶିଷ୍ଟ ପ୍ରଦର୍ଶନ ହୋଇଥିଲା। ଏହି ପ୍ରତିଯୋଗିତାରେ ଅନେକ କୁନି ଓ ଯୁବ କଳାକାରମାନେ ଅଂଶଗ୍ରହଣ କରିଥିଲେ। ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସମର୍ଥ ହୋଇଥିବା ପ୍ରାୟ ୬୦ ରୁ ଉର୍ଦ୍ଧ କଳାକାରମାନଙ୍କୁ ମହୋତ୍ସବର ମୁଖ୍ୟ ଅତିଥି ଶ୍ରୀ ସାମଲ ସମ୍ବର୍ଦ୍ଧିତ କରିଥିଲେ । ଓଡିଶୀ, ସମ୍ବଲପୁରୀ, ଗୋଟିପୁଅ ଓ ପାଇକ ନୃତ୍ୟରେ ଜୟଦେବ ଭବନର ମଞ୍ଚ ବେଶ ଆକର୍ଷଣିୟ ହୋଇଥିଲା ।
ଜ୍ୟୋତି କଳା ପରିଷଦର ସମ୍ପାଦିକା ଜ୍ଯୋତିରେଖା ମହାନ୍ତି, ସଭାପତି ସ୍ମୃତିରେଖା ସାମଲ, ଉପଦେଷ୍ଟା ଆନନ୍ଦ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ସାରା ଓଡିଶାକୁ ପ୍ରସାରିତ ହେବ ବୋଲି କର୍ମକର୍ତ୍ତାମାନେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking