27.1 C
Bhubaneswar
Thursday, June 27, 2024
Homeଓଡିଶାପିସିସି ସଭାପତିଙ୍କୁ କାଳି ମାଡ

ପିସିସି ସଭାପତିଙ୍କୁ କାଳି ମାଡ

ଭୁବନେଶ୍ୱର : ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ ।  ତେବେ କେଉଁ ଶୋଭାଯାତ୍ରା କି ରାସ୍ତାରେ ଯାଉଥିବାବେଳେ ଏହି କାଳିମାଡ଼ ହୋଇନି, ବରଂ କଂଗ୍ରେସ ଭବନ ଭିତରେ ହିଁ ଏଭଳି ଅଭାବନୀୟ ଘଟଣା ଘଟିଛି । ଶରତ ପଟ୍ଟନାୟକ ଆଜି କଂଗ୍ରେସ ଭବନସ୍ଥିତ ତାଙ୍କ ଚାମ୍ବରରେ ବସିଥିଲେ । ତେବେ ହଠାତ କିଛି ଯୁବକ ତାଙ୍କ ଚାମ୍ବର ଭିତରକୁ ପଶିଯାଇଥିଲେ । କେହି କିଛି ବୁଝିବା ଆଗରୁ ସମ୍ପୃକ୍ତ ଯୁବକମାନେ ଶରତ ପଟ୍ଟନାୟକଙ୍କୁ ଉପରକୁ କାଳିମାଡ଼ କରିଥିଲେ । ତେବେ ସମ୍ପୃକ୍ତ ଯୁବକମାନେ ଅସନ୍ତୁଷ୍ଟ ଗୋଷ୍ଠୀର ବୋଲି କୁହାଯାଇଛି । ତେବେ ଏଭଳି ଘଟଣା ପରେ କଂଗ୍ରେସର ପୁରୁଣା ରୋଗ ଫେରିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking