23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଚୋର ଭାବି  ମଦ୍ୟପ ବରଯାତ୍ରୀଙ୍କୁ  ନିସ୍ତୁକ ମାଡ

ଚୋର ଭାବି  ମଦ୍ୟପ ବରଯାତ୍ରୀଙ୍କୁ  ନିସ୍ତୁକ ମାଡ

ନୂଆଦିଲ୍ଲୀ : ବୁଧବାର ରାତିରେ ଉତ୍ତରପ୍ରଦେଶର ଗୋରଖପୁରର ପଡୋଶୀ ଦେଓରିଆ ଜିଲ୍ଲାରେ ଏକ ବିବାହ ଉତ୍ସବରେ ଦେଖିବାକୁ ମିଳିଛି ହାଇ ଭୋଲ୍‌ଟେଜ୍ ଡ୍ରାମା। ବର ପକ୍ଷର ଜଣେ ବ୍ୟକ୍ତିଙ୍କୁ ଝିଅ ଘର‌ ଲୋକ ଭୁଲ୍‌ରେ ଚୋର ବୋଲି ଭାବି ନିସ୍ତୁକ ମାଡ଼ ମାରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ମାଡ ମାରିବାର ଭିଡିଓ ଏକ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଦେଓରିଆର ତାରକୁଲୱା ଗ୍ରାମରେ ହୋଇଥିଲା। ଯେଉଁଠାରେ ବରଯାତ୍ରୀମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମଦ ପିଇ ବାଟବଣା ହୋଇ ଯାଇଥିଲେ। ତା’ପରେ ସେ ବ୍ୟକ୍ତି ଜଣକ ବିଳମ୍ବରେ ଆସି କବାଟ ବାଡେଇଥିଲେ। ତାଙ୍କୁ ଲୋକ ଚିହ୍ନି ନପାରି ଚୋର ଚୋର କହି ଚିତ୍କାର କରିଥିଲେ। ତା’ପରେ ତାଙ୍କୁ ସମସ୍ତେ ମିଶି ନିଧୁମ୍ ଛେଚିଥିଲେ। ଏପରିକି ତାଙ୍କୁ ଏକ ବିଜୁଳିବତୀ ଖୁଣ୍ଟିରେ ବାନ୍ଧି ମାଡ଼ ମାରିଥିଲେ। ଏହି ଆକ୍ରମଣ ସମୟରେ ଅନେକ ଉପସ୍ଥିତ ବ୍ୟକ୍ତି ଏହି ନିଷ୍ଠୁର ଦୃଶ୍ୟର ସୁଟିଂ କରିଥିଲେ, ପରେ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହାଫଳରେ ଏହା ଶୀଘ୍ର ଭାଇରାଲ ହୋଇଥିଲା।ପୁଲିସକୁ ଖବର ପାଇ ତାଙ୍କୁ ସ୍ଥାନୀୟ ପୁଲିସ ଷ୍ଟେସନକୁ ନେଇ ଯାଇଥିଲା। ଯେଉଁଠାରେ ତାଙ୍କର କ୍ଷତ ଚିକିତ୍ସା କରାଯାଇଥିଲା। ସକାଳେ ପୀଡ଼ିତାଙ୍କ ପରିବାର ତାଙ୍କୁ ନେବାକୁ ଘରକୁ ନେଇଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking