18.1 C
Bhubaneswar
Saturday, December 6, 2025
Homeଓଡିଶାବିଦ୍ୟୁତ ଆଘାତରେ ଭାଲୁର ମୃତ୍ୟ

ବିଦ୍ୟୁତ ଆଘାତରେ ଭାଲୁର ମୃତ୍ୟ

ବାଲେଶ୍ୱର: ବିଦ୍ୟୁତ ଆଘାତରେ ଭାଲୁର ମୃତ୍ୟ । ଖାଦ୍ୟ ଅନ୍ବେଷଣରେ ଆସି ଟ୍ରାନ୍ସଫର୍ମରରେ ଚଢିଯାଇଥିଲା ଭାଲୁ । ସେଠାରେ ବସିରହିଥିବା ବେଳେ ବିଦ୍ୟୁତ ଆଘାତ ଲାଗି ଭାଲୁଟିର ମୃତ୍ୟୁ ହୋଇଯାଇଥିଲା । ନୀଳଗିରି ବନବିଭାଗ  ମିତ୍ରପୁର ବିଟ୍ ତଇଲା ସାହିରେ ଘଟିଛି ଘଟଣା । ଖବର ପାଇ ବିଦ୍ୟୁତ ବିଭାଗ ଆସି ଭାଲୁଟିକୁ ଟ୍ରାନ୍ସଫର୍ମରୁ କାଢିଥିବା ବେଳେ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ତେବେ ବିଳମ୍ବିତ ରାତିରେ ସ୍ବର୍ଣ୍ଣଚୂଡ ପାହାଡ ପାଦଦେଶରୁ ଭାଲୁଟି ଖାଦ୍ୟ ଅନ୍ବେଷଣରେ ଆସି ତଇଲାସାହିରେ ପଶିଥିଲା । ଗାଁର ଏକ ବରଗଛରେ ମହୁ ଖାଇବା ଉଦ୍ଦେଶ୍ୟରେ ଭାଲୁଟି ଚଢିଥିବା ବେଳେ ୩୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରେ ସଂଶ୍ପର୍ଶରେ ଆସିଥିଲା । ଫଳରେ ବିଦ୍ୟୁତ ଆଘାତ ରେ ଭାଲୁର ମୃତ୍ୟ ହୋଇଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking