21.7 C
Bhubaneswar
Monday, February 23, 2026
Homeଦେଶ ବିଦେଶକଥା କଥାକେ ଆଣ୍ଟିବାୟୋଟିକର ବ୍ୟବହାର କରୁଥିଲେ ସାବଧାନ! ଜୀବନ ପାଇଁ ହୋଇପାରେ ଘାତକ

କଥା କଥାକେ ଆଣ୍ଟିବାୟୋଟିକର ବ୍ୟବହାର କରୁଥିଲେ ସାବଧାନ! ଜୀବନ ପାଇଁ ହୋଇପାରେ ଘାତକ

ନୂଆଦିଲ୍ଲୀ : କଥା କଥାକେ ଆଣ୍ଟିବାୟୋଟିକର ବ୍ୟବହାର କରୁଥିଲେ ସାବଧାନ। ଏହା ରୋଗୀର ଜୀବନ ପାଇଁ ହୋଇପାରେ ଘାତକ। କେବଳ ସେତିକି ନୁହେଁ ରୋଗୀର ଆର୍ôଥକ ସ୍ଥିତିକୁ ମଧ୍ୟ କରୁଛି ଦୁର୍ବଳ । ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। ଲଗାତାର ଆଣ୍ଟିବାୟୋଟିକ୍ ବ୍ୟବହାର ରୋଗ ପ୍ରତିରୋଧ କ୍ଷମତାକୁ ମଧ୍ୟ ଦୁର୍ବଳ କରୁଛି। ଆଣ୍ଟିବାୟୋଟିକ୍ ଔଷଧ ଯେତିକି ଭଲ ତା ଠାରୁ ଆହୁରି ଖରାପ। ଏନେଇ ବିଶେଷଜ୍ଞମାନେ ଯାହା ସୂଚନା ଦେଇଛନ୍ତି ତାହା ଚକିତ କରିଦେବା ଭଳି ରହିଛି। ଆଗାମୀ ଦିନରେ ରୋଗ ଅପେକ୍ଷା ଅଧିକ ଘାତକ ହେବ ରେଜିଷ୍ଟାନ୍ସ। ଲୋକ ଆଣ୍ଟିବାୟୋଟିକ୍ ଔଷଧର ରେଜିଷ୍ଟାନ୍ସ ଅର୍ଥାତ ପ୍ରଭାବହୀନତା କାରଣରୁ ଜୀବନ ହରାଇବେ। ସାରା ବିଶ୍ୱରେ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ଏକ ଗମ୍ଭୀର ସମସ୍ୟା ଭାବେ ସାମ୍ନାକୁ ଆସିଛି କାରଣ ଏହି ଔଷଧ ବ୍ୟବହାର କରିବା ବେଳେ ସବୁବେଳେ ସାବଧାନ ରହିବା ଦରକାର।

ଯେଉଁ ପର୍ଯ୍ୟନ୍ତ ଅତି ଜରୁରୀ ନୁହେଁ ଆଣ୍ଟିବାୟୋଟିକ୍ ଔଷଧ ସେବନ କରନ୍ତୁ ନାହିଁ। ଅଧିକ ଆଣ୍ଟିବାୟୋଟିକ୍ ବ୍ୟବହାର କରିବା ଦ୍ୱାରା ବ୍ୟାକ୍ଟେରିଆ ଔଷଧ ବିରୁଦ୍ଧରେ ମଜବୁତ ହୋଇଯାନ୍ତି । ବ୍ୟାକ୍ଟେରିଆଙ୍କୁ ଆଉ ଏହି ମେଡିସିନ୍ ହରାଇପାରେନି । ଜବାହାର ଲାଲ ନେହରୁ ମେଡିକାଲ କଲେଜର ଫାର୍ମାକୋଲୋଜି ବିଭାଗର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ଦେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ତାଙ୍କର କହିବା ଅନୁସାରେ, ଯେତିକି ପରିମାଣରେ ଆଣ୍ଟିବାୟୋଟିକ୍ ପ୍ରଭାବହୀନ ହେଉଛି, ତା ତୁଳନାରେ ଖୁବ୍ କମ୍ ଆଣ୍ଟିବାୟୋଟିକ୍ ବଜାରକୁ ଆସୁଛି। ମଣିଷ ଓ ବ୍ୟାକ୍ଟେରିଆ ମଧ୍ୟରେ ସର୍ଭାଇଭାଲ ଲଢେଇ ଚାଲିଛି। ଯେତେବେଳେ ଆପଣଙ୍କ ଶରୀରରେ ସେହି ବ୍ୟାକ୍ଟେରିଆ ସଂକ୍ରାମକ ହୁଏ, ସେତେବେଳେ ଆଣ୍ଟିବାୟୋଟିକ୍ ଦିଆଯାଏ। ଲଗାତାର ଦୀର୍ଘ ସମୟ ଧରି ଆଣ୍ଟିବାୟୋଟିକ୍ ନେବା ପରେ ତାହା ପ୍ରଭାବହୀନ ହୋଇଯାଏ। ଯଦି କମ୍ ବୟସରେ ନୂଆ ନୂଆ ଆଣ୍ଟିବାୟୋଟିକ୍ ଔଷଧ ଦିଆଯାଏ ତେବେ ଆଗାମୀ ୫ରୁ ୧୦ ବର୍ଷ ଭିତରେ ନୂଆ ଆଣ୍ଟିବାୟୋଟିକ୍ ଔଷଧ ପ୍ରଭାବହୀନ ହୋଇଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking