26.1 C
Bhubaneswar
Monday, September 23, 2024
Homeଓଡିଶାରାତିରେ ନିଦ ହେଉନଥିଲେ ସାବଧାନ! ଜାଣନ୍ତୁ କାହିଁକି ହୁଏ ଏପରି..

ରାତିରେ ନିଦ ହେଉନଥିଲେ ସାବଧାନ! ଜାଣନ୍ତୁ କାହିଁକି ହୁଏ ଏପରି..

ଭୁବନେଶ୍ୱର: ଖରାପ ଲାଇଫଷ୍ଟାଇଲ, ଅସ୍ୱାସ୍ଥ୍ୟକର ଡାଏଟ ପ୍ଲାନ, ଷ୍ଟ୍ରେସ ଏବଂ ଅତ୍ୟଧିକ ମୋବାଇଲ ଚଲାଇବା ଯୋଗୁଁ ଲୋକମାନେ ରାତିରେ ଶୋଇବାରେ ଅସୁବିଧାର ସାମ୍ନା କରୁଛନ୍ତି । ଯଦି ଆପଣ ମଧ୍ୟ ରାତିରେ ଭଲ ଭାବେ ଶୋଇପାରୁ ନାହାନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏହି ଲକ୍ଷଣ ଶରୀରରେ କ୍ୟାଲସିୟମ ଅଭାବକୁ ମଧ୍ୟ ସୂଚାଇପାରେ । ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ କ୍ୟାଲସିୟମ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ । କିନ୍ତୁ ଏଥିରେ ଅଭାବ ଦେଖାଗଲେ ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହୋଇପାରନ୍ତି । ଅନେକ ଦିନ ଧରି ଯଦି କ୍ୟାଲସିୟମ ଅଭାବର ଲକ୍ଷଣକୁ ଅଣଦେଖା କରୁଛନ୍ତି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ । କ୍ୟାଲସିଅମ ଅଭାବ ହେଲେ ଶରୀରରେ କେଉଁ ସବୁ ଲକ୍ଷଣ ଦେଖାଯାଏ ଆସନ୍ତୁ ଜାଣିବା ।

ଅନିଦ୍ରା ସମସ୍ୟା :
ଶରୀରରେ କ୍ୟାଲସିୟମ ଅଭାବ ହେଲେ ଆପଣଙ୍କୁ ଅନିଦ୍ରା ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଯଦି ଆପଣ ରାତିରେ ଶୋଇପାରୁ ନାହାଁନ୍ତି ତେବେ ଆପଣଙ୍କ ଶରୀରରେ କ୍ୟାଲସିୟମ ଅଭାବ ଥିବ ନିଶ୍ଚିତ । କ୍ୟାଲସିୟମ ଅଭାବ ଆପଣଙ୍କ ନିଦରେ ଖରାପ ପ୍ରଭାବ ପକାଇପାରେ ।

ମାଂସପେଶୀରେ ଯନ୍ତ୍ରଣା :
ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେଲେ ଜାଣି ନିଅନ୍ତୁ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଅଛି । ଯଦି ଆପଣ ନିଜ ହାତ, ଗୋଡ, ଆଣ୍ଠୁ କିମ୍ବା ଜଙ୍ଘରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଆପଣ ସତର୍କ ହୋଇଯାଆନ୍ତୁ । ଏହି ଲକ୍ଷଣକୁ ଅଣଦେଖା ନକରି ତୁରନ୍ତ ଜଣେ ଭଲ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଏହା ବ୍ୟତୀତ ହାତ ଏବଂ ପାଦ ଥରୁଥିଲେ ସାବଧାନ ହୋଇଯାଆନ୍ତୁ କାହିଁକି ନା ଏହା କ୍ୟାଲସିୟମ ଅଭାବର ସଙ୍କେତ ହୋଇପାରେ ।

ମୁଡ୍ ସୁଇଙ୍ଗ୍ :
ହଠାତ୍ ଖୁସି ଅନୁଭବ କରିବା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଃଖ କରୁଥିଲେ ସତର୍କ ହୋଇଯାଆନ୍ତୁ କାହିଁକି ନା ମୁଡ୍ ସୁଇଙ୍ଗ୍ ମଧ୍ୟ କ୍ୟାଲସିୟମ୍ ଅଭାବକୁ ସୂଚାଇଥାଏ । ପେଟ ଯନ୍ତ୍ରଣା, ଶରୀରରେ ଯନ୍ତ୍ରଣା ଏବଂ ଥକାପଣ ଭଳି ଲକ୍ଷଣକୁ ଅଣଦେଖା କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ । ଯଦି ଆପଣ ମଧ୍ୟ ଏହିପରି ଲକ୍ଷଣଗୁଡିକର ସମ୍ମୁଖୀନ ହେଉଛନ୍ତି, ତେବେ ସମୟ ବିଳମ୍ବ ନକରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ବାରମ୍ବାର ଏହିପରି ଲକ୍ଷଣକୁ ଅଣଦେଖା କରି ଆପଣ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking