21.1 C
Bhubaneswar
Saturday, December 6, 2025
Homeଓଡିଶାହୋଟେଲରେ ମଟନ ଖାଉଥିଲେ ସାବଧାନ !

ହୋଟେଲରେ ମଟନ ଖାଉଥିଲେ ସାବଧାନ !

ପୁରୀ: ସତ୍ୟବାଦୀରେ ଥିବା ଏକ ହୋଟେଲରେ ଗୋମାଂସ ବିକ୍ରି ଅଭିଯୋଗ । ସମ୍ପୃକ୍ତ ହୋଟେଲକୁ ସିଲ କଲା ପ୍ରଶାସନ । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରୁଥିବାବେଳେ ଘଟଣାର ତଦନ୍ତ କରୁଛି ପୋଲିସ । ପୁରୀ ସହର ସମେତ ଜିଲ୍ଲାରେ ମଧ୍ୟ ବିଭିନ୍ନ ଢ଼ାବା ଏବଂ ହୋଟେଲରେ ଗ୍ରାହକଙ୍କୁ ମଟନ ତରକାରୀରେ ଗୋମାଂସ ମିଶାଯାଇ ବିକ୍ରି କରାଯାଉଥିବା ଅଭିଯୋଗ ଆସିଛି । ଏହାରି ଭିତରେ ସତ୍ୟବାଦୀରେ ଥିବା ଏକ ହୋଟେଲରେ ମଟନ ତରକାରୀରେ ଗୋମାଂସ ମିଶାଯାଇ ଗ୍ରାହକଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜଣେ ଯୁବକଙ୍କ ଭିଡିଓ ଭାଇରାଲ ପରେ ତତ୍ପର ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ।

ଏହି ଘଟଣାକୁ ନେଇ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ନହୁଏ ସେଥିପାଇଁ ସତ୍ୟବାଦୀ ସ୍ଥିତ ହୋଟେଲକୁ ସିଲ କରିଛି ପୁରୀ ଜିଲ୍ଲା ପ୍ରଶାସନ । ହୋଟେଲରେ ଥିବା ମଟନ ତରକାରୀକୁ ପରୀକ୍ଷା ପାଇଁ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି । ରିପୋର୍ଟ ନଆସିବା ପର୍ଯ୍ୟନ୍ତ ହୋଟେଲକୁ ସିଲ୍ କରାଯାଇଥିବାବେଳେ ହୋଟେଲ ସମ୍ମୁଖରେ ପୋଲିସ ମୁତୟନ ରହିଛନ୍ତି । ପୁରୀ ଭଳି ଏକ ଆଧ୍ୟାତ୍ମିକ ଅଞ୍ଚଳରେ ବିଭିନ୍ନ ଢ଼ାବାରେ ଗୋମାଂସ ବିକ୍ରି ଅଭିଯୋଗ ଆସିବା ପରେ ବୁଦ୍ଧିଜୀବୀ ଏବଂ ଶ୍ରୀମନ୍ଦିର ସେବାୟତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଭଳି ହୀନ ଏବଂ ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଜଣେ ଯୁବକଙ୍କୁ କିଛି ଯୁବକ ଅଟକ ରଖି ପୁରୀ ଜିଲ୍ଲାର କେଉଁ କେଉଁ ଅଞ୍ଚଳରେ ଗୋମାଂସ ବିକ୍ରି ହେଉଛି ତାହା ପଚାରିଥିଲେ । ଅଟକ ଥିବା ଯୁବକ ସତ୍ୟବାଦୀ ସ୍ଥିତ ଏକ ହୋଟେଲ ସହିତ ପୁରୀ ଜିଲ୍ଲାର ବିଭିନ୍ନ ହୋଟେଲ ଓ ଢ଼ାବାକୁ ଗୋମାଂସ ଚାଲାଣ ହେଉଥିବା ଏବଂ ଏହାକୁ ମଟନ ତରକାରୀରେ ମିଶାଯାଇ ଗ୍ରାହକଙ୍କୁ ଦିଆଯାଉଥିବା କଥା ଭିଡିଓରେ ସ୍ବୀକାର କରିଛନ୍ତି । ଏହି ଗୋମାଂସ ବିକ୍ରି ପଛରେ କିଛି ବ୍ୟକ୍ତି, ସତ୍ୟବାଦୀ ପୋଲିସ ସାମିଲ ଥିବା ଅଟକ ଥିବା ଯୁବକ ଭିଡିଓରେ କହୁଥିବା ଜଣାପଡ଼ିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କାରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତ୍ୟବାଦୀର ସମ୍ପୃକ୍ତ ହୋଟେଲକୁ ସିଲ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking