16.1 C
Bhubaneswar
Tuesday, February 10, 2026
Homeସ୍ୱାସ୍ଥ୍ୟଅଧିକ ଆଚାର ଖାଉଥିଲେ ସାବଧାନ

ଅଧିକ ଆଚାର ଖାଉଥିଲେ ସାବଧାନ

ଭୁବନେଶ୍ୱର : ଆଚାର ଖାଇବାକୁ ସମସ୍ତଙ୍କୁ ଭଲ ଲାଗି ଥାଏ ହେଲେ ଅଧିକ ଆଚାର ଖାଇବା ଦ୍ୱାରା ଶରୀର ଅସୁସ୍ଥ ହୋଇପାରେ? ଅଧିକ ପରିମାଣର ଆଚାର ଖାଇଲେ ଶରୀର ଉପରେ ତା’ର ଅନେକ କୁପ୍ରଭାବ ପଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା ଆଚାର ଖାଇଲେ ଶରୀର କେମିତି କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ। ଆଚାରରେ ଅଧିକ ମାତ୍ରାରେ ଲୁଣ ପଡ଼େ। ଏହାକୁ ଅଧିକ ଦିନ ଧରି ସଂରକ୍ଷିତ କରି ରଖିବା ପାଇଁ ଏଥିରେ ଟିକେ ଅଧିକ ଲୁଣ ପକାଯାଏ। ଆମେ ସମସ୍ତେ ଜାଣନ୍ତି ଲୁଣ ଶରୀରକୁ କ୍ଷତି ପହଞ୍ଚାଏ। ଏହା ହାଇପରଟେନସନ୍‌ ଓ ହୃଦ୍‌ରୋଗ ସମ୍ୱନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ। ଗବେଷଣାରୁ ଜଣାପଡିଛି ଅଧିକ ଆଚାର ଖାଇବା ଯୋଗୁ ଗ୍ୟାଷ୍ଟ୍ରିକ ଓ କ୍ୟାନସର ପରି ବିପଦ ରହିଥାଏ। ଅବଶ୍ୟ ଏହି କଥାର କୌଣସି ଯଥାର୍ଥ ପ୍ରମାଣ ମିଳିନି।
ଆଚାରରେ ତେଲର ବ୍ୟବହାର ଅଧିକ ହୋଇଥାଏ। ତେଲ ହିଁ ଆଚାରକୁ ଆର୍ଦ୍ରତାରୁ ରକ୍ଷା କରେ। କିନ୍ତୁ ଆଚାରରେ ତେଲ ଅଧିକ ପରିମାଣରେ ଥିବାରୁ ଏହାକୁ ଖାଇଲେ ଶରୀରରେ କୋଲେଷ୍ଟ୍ରଲ ବଢିବାର ଆଶଙ୍କା ରହିଥାଏ। ଏହା ହୃଦ ସମସ୍ୟା ବଢାଇବା ସହ ଲିଭର ପ୍ରତି ବିପଦ ସୃଷ୍ଟି କରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking