17.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶସେନାକୁ ସମ୍ମାନିତ କରିବ ବିସିସିଆଇ

ସେନାକୁ ସମ୍ମାନିତ କରିବ ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀକୁ  ସମ୍ମାନିତ କରିବ ବିସିସିଆଇ । ଜୁନ ୩  ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ପୂର୍ବରୁ ବିଶେଷ ଆୟୋଜନ କରାଯିବ । ସମାପନ  ସମାରୋହରେ   ବିସିସିଆଇ ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବ । ଏହି କାଯ୍ୟକ୍ରମ ନରେନ୍ଦ୍ରମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । କାଯ୍ୟକ୍ରମରେ ସାମିଲ ହେବେ ୩ ସେନା ପ୍ରମୁଖ । ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠି ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ । ଅପରେସନ ସିନ୍ଦୁରର ସଫଳତା ପାଇଁ ମିଳିବ ସମ୍ମାନ । ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ୨୦୨୫ ଆଇପିଏଲ ସିଜିନ ଏକ ସପ୍ତାହ ପାଇଁ ସ୍ଥଗିତ ରହିଥିଲା, ଯେଉଁଥିରେ 26 ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଯୁଦ୍ଧବିରତି ଘୋଷଣା ପରେ ଏହି ସ୍ଥଗିତ ପ୍ରତ୍ୟାହାର କରାଯାଇଥିଲା।  ପରେ, ଖେଳାଳୀମାନେ ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଖେଳ ସମୟରେ ବିଶାଳ ସ୍କ୍ରିନରେ “ଧନ୍ୟବାଦ, ସଶସ୍ତ୍ର ବାହିନୀ” ଲେଖାଥିବା ବାର୍ତ୍ତା ପ୍ରଦର୍ଶିତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking