15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବିବିସି ପ୍ରତିନିଧିଙ୍କ ପ୍ରଶ୍ନ; ପାକିସ୍ତାନରେ କ’ଣ ସତରରେ ଆତଙ୍କବାଦୀ ରହୁଛନ୍ତି?

ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବିବିସି ପ୍ରତିନିଧିଙ୍କ ପ୍ରଶ୍ନ; ପାକିସ୍ତାନରେ କ’ଣ ସତରରେ ଆତଙ୍କବାଦୀ ରହୁଛନ୍ତି?

ଇସଲାମାବାଦ୍‌: ଅସ୍ତ୍ରବିରତି ଆଳରେ ଭାରତ-ପାକିସ୍ତାନ ଉତ୍ତେଜନା ଏବେ ସାମାନ୍ୟ ପ୍ରଶମିତ ହୋଇଥିବା ବେଳେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌ଙ୍କ ଏକ ବଡ଼ ମିଛ ସାମ୍ନାକୁ ଆସିଛି । ଖ୍ୱାଜା ଆସିଫ୍ କହିଛନ୍ତି ଯେ, ପାକିସ୍ତାନ କଦାପି ସକ୍ରିୟ ଆତଙ୍କବାଦୀ କିମ୍ବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆଶ୍ରୟ ଦିଏ ନାହିଁ । ଏପରିକି ପାକିସ୍ତାନୀ ପ୍ରାନ୍ତରେ ରହୁଥିବା ଲୋକମାନେ “ପାକିସ୍ତାନ କିମ୍ବା ଭାରତରେ ହେଉ, ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ନୁହଁନ୍ତି । ଚଳିତ ମାସ ଆରମ୍ଭରେ ଆଜାଦେହ ମୋଶିରି ନାମକ ଜଣେ ବ୍ରିଟିଶ ବ୍ରଡ୍‌କାଷ୍ଟ ଚ୍ୟାନେଲ ‘ବିବିସି’ର ଜଣେ ପ୍ରତିନିଧି ଖ୍ୱାଜା ଆସିଫ୍‌ଙ୍କ ଏକ ସାକ୍ଷାତକାର କରୁଥିବା ବେଳେ ଏଥିରେ ସେ ସିଧାସଳଖ ପ୍ରଶ୍ନ କରିଥିଲେ ଯେ, ପାକିସ୍ତାନରେ ଆତଙ୍କବାଦୀ ନେତା କିମ୍ବା ଆତଙ୍କବାଦୀ ଗୋଷ୍ଠୀ ସକ୍ରିୟ ରହିଛନ୍ତି କି? ଏଭଳି ଏକ ପ୍ରଶ୍ନରେ ସାମାନ୍ୟ ଅସ୍ତବ୍ୟସ୍ତ ହୋଇପଡିଥିବା ଆସିଫ୍ କିନ୍ତୁ ନିଜ ଉତ୍ତରରେ ନା’ ବୋଲି କହିଥିଲେ ।

ଜମ୍ମୁ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକ୍ ସାମରିକ ଉତ୍ତେଜନା ବୃଦ୍ଧି ପାଇବାର କିଛି ଘଣ୍ଟା ପରେ ଏହି ସାକ୍ଷାତକାର ହୋଇଥିଲା । କିନ୍ତୁ ଏବେ ଯେତେବେଳେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସୁଛି ସେତେବଳେ ଏହି ଭିଡିଓକୁ ବିବିସି ପକ୍ଷରୁ ଜାରି କରାଯାଇଛି । ପ୍ରକାଶ, କିଛି ଦିନ ପୂର୍ବେ ନିଜେ ଖ୍ୱାଜା ଆସିଫ୍ ସ୍ୱୀକାର କରିଥିଲେ ଯେ, ହଁ ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ପୃଷ୍ଠପୋଷକ ସାଜିଛି । ସେହିପରି ଦିନକ ପୂର୍ବେ ପାକିସ୍ତାନ ସେନା ମଧ୍ୟ ସ୍ୱୀକାର କରିଥିଲେ ଯେ, ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପାକିସ୍ତାନ ସେନାର ଏକ ଟାକ୍ଟିକାଲ ବ୍ରିଲଆନ୍ସ । ଏସବୁ ବ୍ୟତୀତ ଅନେକ ପ୍ରମାଣ ରହିଛି ଯେ, ବିଶ୍ୱର ଅନେକ ବଡ଼ ବଡ଼ ଆତଙ୍କୀ ନେଟ୍‌ୱାର୍କ ପାକିସ୍ତାନ ମାଟିରେ ନିଜ କାୟା ବିସ୍ତାରିତ କରିଛନ୍ତି ।

ପହଲଗାମ ଭଳି ସାମ୍ପ୍ରତିକ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଭାରତର ଅଭିଯୋଗ ସତ୍ତ୍ୱେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ସୋମବାର ତାଙ୍କ ଦେଶ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା କଥାକୁ ଅସ୍ୱୀକାର କରିଛନ୍ତି । ସେ ବର୍ତ୍ତମାନର ଆତଙ୍କବାଦ ସମସ୍ୟା ପାଇଁ ଅତୀତର ଆମେରିକୀୟ ମେଣ୍ଟକୁ ଦାୟୀ କରିଛନ୍ତି ଏବଂ ଦାବି କରିଛନ୍ତି ଯେ ପାକିସ୍ତାନ ବର୍ଷ ବର୍ଷ ଧରି ଆତଙ୍କବାଦକୁ ସମର୍ଥନ କରିନାହିଁ । ଆସିଫ୍ କହିଛନ୍ତି, ଭାରତ ବାରମ୍ବାର ପାକିସ୍ତାନ ଉପରେ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ଆଶ୍ରୟ ଦେବା ଏବଂ ସୁରକ୍ଷା ଦେବା ଏବଂ ଜମ୍ମୁ କାଶ୍ମୀରରେ ପହଲଗାମ, ପୁଲୱାମା ଏବଂ ଉରି ଭଳି ସୀମାପାର ଆକ୍ରମଣକୁ ସମର୍ଥନ କରୁଥିବା ଅଭିଯୋଗ କରିଆସୁଛି । କେବଳ ଭାରତ ନୁହେଁ ଆମେରିକା ମଧ୍ୟ ବିଶ୍ୱାସ କରୁଛି ଯେ, ପାକିସ୍ତାନ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ପ୍ରୋତ୍ସାହନ ଦେଉଛି । ଆସିଫ୍ ଯୁକ୍ତି ବାଢ଼ିଛନ୍ତି ଯେ, ଦଶନ୍ଧି ଧରି, ‘ମୁଜାହିଦ୍ଦିନ୍‌\’ ଗୋଷ୍ଠୀଗୁଡ଼ିକୁ ସୃଷ୍ଟି କରିବା ଏବଂ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଠାରୁ ଅର୍ଥ ଯୋଗାଇବା ପର୍ଯ୍ୟନ୍ତ ସବୁକିଛିରେ ଆମେରିକାର ହାତ ରହିଥିଲା । ଏମାନେ ପରବର୍ତ୍ତୀ ସମୟରେ ଆତଙ୍କବାଦୀ ଗୋଷ୍ଠୀ ଭାବେ ଉଭା ହୋଇଥିଲେ ।

କିନ୍ତୁ ପରିତାପର ବିଷୟ ହେଉଛି ଆମେରିକା ଏହାକୁ ଭୁଲିଯାଇଛି, କିନ୍ତୁ ଏପଟେ ପାକିସ୍ତାନକୁ ଏହାର ମୂଲ୍ୟ ଦେବାକୁ ପଡୁଛି । ତେବେ ଆସିଫ୍ ସ୍ୱୀକାର କରିଛନ୍ତି ଯେ, ଆମେରିକା (ଏବଂ ପାକିସ୍ତାନ) ଦ୍ୱାରା ସମର୍ôଥତ ସଂଗଠନଗୁଡ଼ିକ ମଧ୍ୟରେ ହକ୍କାନି ନେଟୱାର୍କ ଅନ୍ତର୍ଭୁକ୍ତ, ଯାହାର ତାଲିବାନ ଏବଂ ଜୈଶ ଏବଂ ଲସ୍କର ଗୋଷ୍ଠୀ ସହିତ ସମ୍ପର୍କ ଥିଲା ଏବଂ ଏବେ ବି ରହିଛି । ଆସିଫ୍ କହିଛନ୍ତି, “ଯେଉଁ ଆତଙ୍କବାଦୀମାନଙ୍କୁ ପାକିସ୍ତାନରେ ଥିବା ଦାବି କରାଯାଉଛି କିମ୍ବା ସେମାନଙ୍କର ଆତଙ୍କବାଦୀ ସଂଗଠନଗୁଡ଼ିକ ପାକିସ୍ତାନରେ ଅଛନ୍ତି, ସେମାନେ ୮୦ ଦଶକରେ ଆଫଗାନିସ୍ତାନରେ ଆମେରିକାର ପ୍ରୟାସରେ ସହଯୋଗୀ ଥିଲେ । ବାସ୍ତବରେ ଏହା ଆମକୁ ମଧ୍ୟ ହଇରାଣ କରୁଛି । ଏହି ସମସ୍ତ ଲୋକ ଯେଉଁମାନେ ପ୍ରକୃତରେ ଆମର ସହଯୋଗୀ ଥିଲେ, କିମ୍ବା ଆମେ ସେମାନଙ୍କର ସହଯୋଗୀ ଥିଲୁ… ସେମାନେ ସମସ୍ତେ ଏବେ ଏକଦମ୍ ପୁରାପୁରି ସାଧୁ ସାଜିଥିବା ବେଳେ ଆମେ ଖରାପ ହୋଇଯାଇଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking