21.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶପୂର୍ବ ଶତ୍ରୁତାକୁ ନେଇ ବିବିଏ ଛାତ୍ରଙ୍କୁ ଗୁଳିକରି ହତ୍ୟା କଲା ଦୁର୍ବୃତ୍ତ

ପୂର୍ବ ଶତ୍ରୁତାକୁ ନେଇ ବିବିଏ ଛାତ୍ରଙ୍କୁ ଗୁଳିକରି ହତ୍ୟା କଲା ଦୁର୍ବୃତ୍ତ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଲଖିମପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ସୋମବାର ଦିନ ଜଣେ ୧୯ ବର୍ଷୀୟ ବିବିଏ ଛାତ୍ରକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ଅମୋଘ ସେଠ୍। ସେ ବ୍ୟାଚେଲର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ (ବିବିଏ) ପାଠପଢ଼ୁଥିଲେ। ଜଣେ ୨୨ ବର୍ଷୀୟ ଯୁବକ ତାଙ୍କ ପାଞ୍ଚ ଜଣ ବନ୍ଧୁଙ୍କ ସହିତ ମିଶି ବିବିଏ ଛାତ୍ରଙ୍କୁ ମାଡ଼ ମାରିବା ପରେ ପ୍ରାୟ ୫୦୦ ମିଟର ଦୌଡ଼ିବା ପରେ ଗୁଳି କରି ହତ୍ୟା କରିଥିବା ଏକ ରିପୋର୍ଟରୁ ଜଣା ପଡିଛି

ରିପୋର୍ଟ ଅନୁଯାୟୀ, ଯେତେବେଳେ ଛାତ୍ର ଜଣକ ନିଜ ଜୀବନ ବଞ୍ଚାଇବା ପାଇଁ ଏକ ପୁସ୍ତକ ଦୋକାନରେ ପ୍ରବେଶ କରିଥିଲେ, ଅଭିଯୁକ୍ତ ଜଣଙ୍କ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ସେଠଙ୍କ ଛାତିରେ ଗୁଳି ବାଜିବା ପରେ ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଳିକାଣ୍ଡରେ ଜଣେ ଦୋକାନ ସହାୟକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲକୁ ପଠାଯାଇଥିଲା। ଅଭିଯୁକ୍ତ ଜଣକ ଅନମୋଲ ପୁରୀ ବୋଲି ଚିହ୍ନଟ ହୋଇଛି। ସେ ଜଣେ ଓକିଲଙ୍କ ସହାୟକ। ମୃତକ ଲଖିମପୁର ସହରର ଏକ ଇଲେକ୍ଟ୍ରୋନିକ୍ସ ଶୋ’ରୁମର ମାଲିକ ଭରତ ସେଠଙ୍କ ପୁଅ ଥିଲେ। ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି।

ଏହି ଘଟଣାରେ ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି,”ଏସଏସପି ସଂକଳ୍ପ ଶର୍ମା ଟୁଇଙ୍କୁ କହିଛନ୍ତି। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ,ରବିବାର ଅନମୋଲ ଏବଂ ଆମୋଘଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସେଠ ପୁରୀକୁ ଅପମାନ କରିଥିବା ଅଭିଯୋଗ ହୋଇଛି। ୨୨ ବର୍ଷୀୟ ଅଭିଯୁକ୍ତ ତାଙ୍କ ଅପମାନର ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହି ଘଟଣା ଲଖିମପୁର ଖେରି ଜିଲ୍ଲାର ମିଶ୍ରଣା ପୋଲିସ ଆଉଟପୋଷ୍ଟ ନିକଟରେ ଘଟିଥିଲା। ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଦଳ ଗଠନ କରାଯାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking