26.1 C
Bhubaneswar
Thursday, May 22, 2025
Homeଓଡିଶାବୟନିକା ପାଳନ କରୁଛି ପ୍ରତିଷ୍ଠାର ଗୈାରବମୟ ୬୯ ତମ ବାର୍ଷିକୀ

ବୟନିକା ପାଳନ କରୁଛି ପ୍ରତିଷ୍ଠାର ଗୈାରବମୟ ୬୯ ତମ ବାର୍ଷିକୀ

ଭୁବନେଶ୍ଵର: ଭାରତୀୟ ହସ୍ତତନ୍ତର କାଳଜୟୀ ସୋðନ୍ଦର୍ଯ୍ୟ ଏବଂ ଜଟିଳ କାରିଗରୀ ବିଶ୍ୱ ମଂଚରେ ସର୍ବଦା ଗର୍ବ ଓ ଗୋðରବର ସ୍ଥାନ ଅଧିକାର କରିଛି। ଏଥି ମଧ୍ୟରୁ ଓଡିଶାର ଏହି ହାତ ବୁଣାର ପରମ୍ପରା, ଭାରତୀୟ ସଂସ୍କୃତିର ସମୃଦ୍ଧ ହସ୍ତତନ୍ତ କଳାରେ ଏକ ଉଜ୍ଜ୍ୱଳମୟ ତାରକା ରୂପେ ଉଭା ହୋଇଛି, ଯାହା ଆମର କଳା, ଐତିହ୍ୟ ଏବଂ ପରମ୍ପରାର ପରିଚୟ। ଆଜି, ମେ ୫, ୨୦୨୫ରେ ଓଡିଶାର ହସ୍ତତନ୍ତ କ୍ଷେତ୍ରରେ ମୁଖ୍ୟ ମାର୍କେଟିଂ ସଂଗଠନ ବୟନିକା, ଗର୍ବର ସହ ଏହାର ୬୯ତମ ପ୍ରତିଷ୍ଠା ଦିବସ ପାଳନ କରୁଛି, ଯାହା ବୁଣାକାରମାନଙ୍କୁ ସଶକ୍ତ କରିବା ଦିଗରେ ଏବଂ ହସ୍ତତନ୍ତ ବୁଣିବା ପରମ୍ପରାର ସଂରକ୍ଷଣ ପାଇଁ ଏକ ଉଲ୍ଲେଖନୀୟ ମାଇଲଖୁଂଟ।

ଭୁବନେଶ୍ୱରର ବୟନିକା ଅନନ୍ୟ ଶାଖା, ବୟନ ଭବନରେ କେନ୍ଦ୍ରୀୟ ଭାବେ ପ୍ରତିଷ୍ଠା ଦିବସ ପାଳନ କରୁଛି ଏବଂ ଏହି ଅବସରରେ ‘ପ୍ରତିଷ୍ଠା ଦିବସ ସ୍ୱତନ୍ତ୍ର ପ୍ରଦର୍ଶନୀ ତଥା ବିକ୍ରୟ କାର୍ଯ୍ୟକ୍ରମ’ ଉଦିଘାଟିତ ହୋଇଛି। ଏହି ଅବସରରେ ବିଶିଷ୍ଟ ଅତିଥି ଭାବରେ ବୟନିକା ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମେହେର, ବୟନିକାର ପରିଚାଳନା ନିର୍ଦ୍ଦେଶକଶ୍ରୀମତୀ ପ୍ରଣତି ଛୋଟରାୟ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ବିକ୍ରମାଦିତ୍ୟ ବାରିକ ଏବଂ ଏହି ବିଭାଗ ତଥା ବୟନିକାର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ। ହସ୍ତତନ୍ତ କ୍ଷେତ୍ରରେ ଜନସାଧାରଣଙ୍କ ପ୍ରଶଂସା ପୁନର୍ଜୀବିତ କରିବା ଏବଂ ଓଡିଶାର ପାରମ୍ପରିକ ବୁଣାକାରମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବୟନିକାର ସମସ୍ତ ଶାଖାମାନଙ୍କରେ ସମ୍ପୃକ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ଦ୍ୱାରା ‘ପ୍ରତିଷ୍ଠା ଦିବସ ସ୍ୱତନ୍ତ୍ର ପ୍ରଦର୍ଶନୀ ତଥା ବିକ୍ରୟ କାର୍ଯ୍ୟକ୍ରମ’ ଉଦିଘାଟିତ ହୋଇଛି।

ପ୍ରାରମ୍ଭରୁ ବୟନିକା ଓଡିଶାର ଗ୍ରାମୀଣ ଅର୍ଥ ବ୍ୟବସ୍ଥାର ଏକ ସୁଦୂର ସହଯୋଗୀ, ଉଦ୍ୟୋଗ ଏବଂ ସାମାଜିକ ସଂସ୍ଥା ହୋଇ ରହିଆସିଛି। ବୟନିକା ଦ୍ୱାରା ବିକ୍ରି ହେଉଥିବା ପ୍ରତ୍ୟେକ ଉପିାଦ ବୁଣାକାର ସମ୍ପ୍ରଦାୟ ପାଇଁ ସ୍ଥାୟୀ ଜୀବନ ସାଧନରେ ସହାୟକ ହୁଏ ଏବଂ ବୟନିକାର ଏହି କାର୍ଯ୍ୟ ମିଳିତ ଅଭିବୃଦ୍ଧିର ଏକ ପ୍ରମାଣ। ଆର୍ଥିକ ବର୍ଷ ୨୦୨୪-୨୫ ରେ ବୟନିକା ୨୨୩ କୋଟି ଟଙ୍କାର ଉଲ୍ଲେଖନୀୟ ବିକ୍ରୟ ପରିମାଣ ହାସଲ କରିଛି ଏବଂ ୨୦୨୫-୨୬ ପାଇଁ ୨୭୦ କୋଟି ଟଙ୍କାର ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ସ୍ଥିର କରିଛି। ବାଣିଜ୍ୟ ସହିତ ବିଶ୍ୱସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ, ଜାତୀୟ ହସ୍ତତନ୍ତ ପ୍ରଦର୍ଶନୀ, ସ୍ୱତନ୍ତ୍ର ପ୍ରଦର୍ଶନୀ ଏବଂ ଅଭିନବ ବିପଣନ କୋðଶଳ ମାଧ୍ୟମରେ ଓଡିଶାର ହସ୍ତତନ୍ତ ପାଇଁ ବିଶ୍ୱସ୍ତରରେ ଏକ ବ୍ରାଣ୍ଡ ନିର୍ମାଣ ପ୍ରୟାସର ନେତୃତ୍ୱ ନେଇଛି ବୟନିକା। ନିଜର ୭୦ ତମ ବର୍ଷରେ ପ୍ରବେଶ କରି, ବୟନିକା ଓଡିଶାର ହସ୍ତତନ୍ତର ପରମ୍ପରାକୁ ଉନ୍ନତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ଏବଂ ମାର୍କେଟିଂରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ପଦକ୍ଷେପ ନେବା ସହିତ ରାଜ୍ୟର ହସ୍ତତନ୍ତ ରୂପି ଆତ୍ମାକୁ ବୁଣୁଥିବା ହାତର ସେବା ଜାରି ରଖିବା ପାଇଁ ଏହା ସର୍ବଦା ପ୍ରୟାସ କରି ଆସୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking