ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସଭା ନିର୍ବାଚନ ପର୍ଯ୍ୟବେକ୍ଷକ । ବିଜେପି ପର୍ଯ୍ୟବେକ୍ଷକ ଚନ୍ଦ୍ରଶେଖର ବାୱନ କୁଲେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଲେ । ବିଜେପି ବିଧାୟକ ବୈଠକରେ ଉପସ୍ଥିତ ରହିବେ ବାୱନ କୁଲେ । ନବାଗତ ବିଧାୟକମାନଙ୍କୁ ଭୋଟିଂ ବ୍ୟବସ୍ଥା ନେଇ ଅବଗତ କରାଇବେ ।ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ତୋମାର ମଧ୍ୟ ଉପସ୍ଥିତ ଅଛନ୍ତି । ଆଜି ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ପ୍ରଥମେ ଏସାଇଆର ଓ ପରେ ରାଜ୍ୟସଭା ନିର୍ବାଚନକୁ ନେଇ ଆଲୋଚନା ହେବ । ରାଜ୍ୟସଭା ନିର୍ବାଚନରେ ଭୋଟ ଦୋବା ନେଇ ଟ୍ରେନିଂ ଦିଆଯାଇପାରେ । ଅପରାହ୍ଣରେ ବିଜେପି ବିଧାୟକମାନେ ପାରାଦୀପ ଯିବାର କାର୍ଯ୍ୟକ୍ରମ ରହିଛି ।










