ନୂଆଦିଲ୍ଲୀ: ଇସ୍ରାଏଲ ସେନାର ଆକ୍ରମଣରେ ହମାସ ଆତଙ୍କୀ ସଂଗଠନର ଗାଜା ମୁଖ୍ୟ ମହମ୍ମଦ ସିନୱାରଙ୍କର ମୃତ୍ୟୁ ହୋଇଥିବା ଘୋଷଣା ହୋଇଥିଲା । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏହି ସୂଚନା ଦେଇଥିଲେ । ଗାଜାର ଏକ ହସ୍ପିଟାଲରେ ଥିବା ଆଡ୍ଡା ଉପରେ ଗତ ମେ ୧୩ରେ ଇସ୍ରାଏଲ ସେନା ବୋମାମାଡ କରିଥିଲା । ହସ୍ପିଟାଲ ଟନେଲରେ ଥିବା ମହମ୍ମଦ ସିନୱାର ଓ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ମହମ୍ମଦ ସବନାଙ୍କର ମୃତ୍ୟୁ ଘଟିଥିଲା । ମହମ୍ମଦ ସିନୱାର ପୂର୍ବତନ ହମାସ ମୁଖ୍ୟ ୟାହୟା ସିନୱାରଙ୍କ ସାନଭାଇ । ଇସ୍ରାଏଲ ସେନାର ମୋଷ୍ଟ ୱାଣ୍ଟେଡ଼ ଥିଲେ। ମହମ୍ମଦ ସିନୱାର ତ ଦୁନିଆରୁ ଗଲା । ଏବେ ଇଜ-ଅଲ-ଦୀନ ଅଲ ହଦାଇ ହମାସର ନୂଆ ମୁଖିଆ ହୋଇଛି । ସେ ‘ଭୂତ’ ନାମରେ ଜଣାଶୁଣା ଥିଲା ।ଇଜ-ଅଲ-ଦୀନ ଅଲ ହଦାଇ ହମାସ ସୈନ୍ୟ ସଂଗଠନ ଅଲ କନ୍ସାମ ବ୍ରିଗେଡସର ଜଣେ ପ୍ରମୁଖ କମାଣ୍ଡର ଥିଲା । ସେ ଏବେ ଗାଜା ବ୍ରିଗେଡ ମୁଖ୍ୟ ହୋଇଛନ୍ତି । ହମାସ ସୈନ୍ୟ ପରିଷଦର ସଦସ୍ୟ ଅଛନ୍ତି । ୨୦୨୧ରେ ବାର୍ସମ ଇସାର ହତ୍ୟା ପରେ ତାଙ୍କୁ ଗାଜା ବ୍ରିଗେଡ କମାଣ୍ଡର ନିଯୁକ୍ତ କରାଯାଇଥିଲା । ୨୦୨୫ ମେ ରେ ମହମ୍ମଦ ସିନୱାରର ମୃତ୍ୟୁ ପରେ ଅଲ-ହଦାଦ ହମାସ ସେନାମୁଖ୍ୟ ହୋଇଛନ୍ତି ।
ହମାସ ସେନାମୁଖ୍ୟ ଇଜ-ଅଲ-ଦୀନ ଅଲ ହଦାଇ- ଦୀର୍ଘ ଦିନ ଧରି ଇସ୍ରାଏଲ ସେନା ଟାର୍ଗେଟରେ ରହି ଆସିଛି । ସୌଭାଗ୍ୟବସତଃ ୬ ଥର ବଞ୍ଚିଯାଇଛି । ୨୦୦୮ ମସିହାରୁ ଅଜ-ଅଦ- ଦିନ ଉପରେ ଆକ୍ରମଣ ହୋଇଥିଲା । ଇସ୍ରାଏଲ ଏୟାରଷ୍ଟ୍ରାଇକ୍ ତାଙ୍କ ବାସଭବନକୁ ଟାର୍ଗେଟ କରି ୨୦୦୮, ୨୦୧୨, ୨୦୨୧ ଏବଂ ୨୦୨୩ ମସିହାରେ ହୋଇଥିଲା । ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ତାକୁ ୩ ଥର ଟାର୍ଗେଟ କରାଯାଇଛି । କିନ୍ତୁ ସବୁ ଥର ସେ ରକ୍ଷା ପାଇ ଯାଇଛି । ଗୁଇନ୍ଦା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅଲ ହଦାଦ ତାର ଗତିବିଧିକୁ ନେଇ ବହୁ ସକର୍କତା ଅବଲମ୍ବନ କରୁଥିଲା । ବିଭିନ୍ନ ସମୟରେ ସ୍ଥାନ ପରିବର୍ତ୍ତନ କରୁଥିଲା । କଡ଼ା ସୁରକ୍ଷା ବଳୟରେ ରହୁଥିଲା । ତାର ଆଭ୍ୟନ୍ତରୀଣ ଗୋଷ୍ଠୀର କିଛି ବିଶ୍ୱସ୍ତଙ୍କ ଉପରେ ଭରସା କରୁଥିଲା ।