27.1 C
Bhubaneswar
Wednesday, November 20, 2024
Homeଓଡିଶାବ୍ଲଡ୍ ଗ୍ଲୁକୋଜ୍ ନିୟନ୍ତ୍ରଣ କରେ ବାସିରୁଟି

ବ୍ଲଡ୍ ଗ୍ଲୁକୋଜ୍ ନିୟନ୍ତ୍ରଣ କରେ ବାସିରୁଟି

ଭୁବନେଶ୍ୱର: ତାୱାରେ ତିଆରି ହୋଇଥିବା ଗରମ ଗରମ ରୁଟି ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ଏହି ରୁଟି ଥରେ ଥଣ୍ଡା ହୋଇ ବାସି ହୋଇଗଲେ କିଛି ଲୋକଙ୍କ ପାଟିକୁ ରୁଚେନାହିଁ । କ ଗବେଷଣାରୁ ଜଣାପଡ଼ିଛି ଯେ ବାସିରୁଟି ଆପଣଙ୍କ ପୁରୁଣା ରୋଗକୁ ଦୂର କରିବାରେ ସହାୟକ ହୁଏ । ସତେଜ ରୁଟି ଅପେକ୍ଷା ବାସିରୁଟି ଦେହ ପାଇଁ ଆହୁରି ଭଲ । ଏଥିରେ ଅଧିକ ମାତ୍ରାରେ ପ୍ରୋଟିନ୍ ମହଜୁଦ୍ ଥାଏ ଯାହା ଶରୀରକୁ ଉର୍ଜ୍ଜାବାନ ରଖେ । ବାସିରୁଟି ଖାଇବା ଦ୍ୱାରା ଶରୀରର ବ୍ଲଡ୍ ଗ୍ଲୁକୋଜ୍ ନିୟନ୍ତ୍ରଣ ରହିଥାଏ । ଡାଏବେଟିସ୍ ରୋଗୀଙ୍କ ପାଇଁ ବାସିରୁଟି ଏକ ପ୍ରକାର ଔଷଧ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଏଥିରେ ବ୍ଲଡ୍ ଗ୍ଲୁକୋଜର ସ୍ତର ନିୟନ୍ତ୍ରଣରେ ରହିଥାଏ । ଡାଏବେଟିସ୍ ରୋଗୀଙ୍କୁ ସକାଳୁ ସକାଳୁ ଥଣ୍ଡା କ୍ଷୀର ସହ ବାସିରୁଟି ଖାଇବା ଦରକାର । ଏଥିରେ ଶରୀରରେ ବ୍ଲଡ୍ ଗ୍ଲୁକୋଜର ସ୍ତର ନିୟନ୍ତ୍ରଣ ରହିଥାଏ । ବାସିରୁଟି ଖାଇଲେ ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲରେ ରହିଥାଏ । ସକାଳୁ ଥଣ୍ଡା କ୍ଷୀର ସହ ବାସିରୁଟି ଖାଇଲେ ବ୍ଲଡ୍ ପ୍ରେସରର ଲେବଲ୍ ନିୟନ୍ତ୍ରଣରେ ରହିଥାଏ । ଏହାଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ୟୁର୍ବେଦ ଅନୁସାରେ , ସତେଜ ରୁଟି ତୁଳନାରେ ବାସିରୁଟି ପେଟକୁ ହାଲୁକା ରଖିଥାଏ । ବାସିରୁଟି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୁଏ । ଯଦି ଆପଣଙ୍କୁ ଏସିଡିଟି କିମ୍ବା ପେଟ ସମସ୍ୟା ରହିଛି ତ ବାସିରୁଟି ଖାଆନ୍ତୁ । ଏଥିରେ ଫାଇବର୍ ଥାଏ , ଯାହା ଖାଦ୍ୟକୁ ହଜମ କରାଏ ଏବଂ ପାଚନ ତନ୍ତ୍ର ସମସ୍ୟାକୁ ଦୂର କରେ । ଶୁଖିଲା ବାସି ରୁଟି ଶରୀରରେ କଫକୁ ସନ୍ତୁଳନ ରଖେ ଏବଂ ଏହାର ଗରମ ପ୍ରଭାବ ବାତ ଦୋଷକୁ ସନ୍ତୁଳନ ରଖେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking