ଭୁବନେଶ୍ୱର : ନୂଆ ଶୋଭନ ସଂସ୍କରଣର ହେଲା ଲୋକାର୍ପଣ । ଡିଜିଟାଲ ସଂସ୍କରଣର ମଧ୍ୟ ଉନ୍ମୋଚନ ହେବ । ଏହାର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମ ତିଥି ଅବସରରେ ତାଙ୍କ ରଚିତ ମଧୁ ବର୍ଣ୍ଣବୋଧର ଅବିକଳ ସଂସ୍କରଣ ଉନ୍ମୋଚନ କରିଛନ୍ତି । ଏଥିସହିତ ଓଡିଆ ବର୍ଣ୍ଣବୋଧ ଡିଜିଟାଲ ସଂସ୍କରଣକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୋହନ ମାଝୀ କହିଛନ୍ତି ମା ମାତୃଭାଷା , ମାତୃଭୁମି ସବୁଠୁ ବଡ ପରିଚୟ । ଏହାକୁ ନେଇ ସମସ୍ତେ ଗର୍ବ କରିବା ଉଚିତ । ଓଡିଆ ଭାଷା ଫେରାଇ ଆଣିବାକୁ ନେତୃତ୍ୱ ନେଇଥିଲେ ମଧୁସୂଦନ ରାଓ ବର୍ଣ୍ଣବୋଧକୁ ଆଗକୁ ନେବାକୁ ହେଲେ ସାମାଜିକ ଆର୍ଥିକ ଏବଂ ଶୈକ୍ଷିକ ସ୍ଥିତି ଜାଣିବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।










