16.1 C
Bhubaneswar
Saturday, December 6, 2025
Homeଓଡିଶାବରଗଡ଼ ନାବାଳିକା ଆତ୍ମାହୁତି: ୨ ଅଟକ

ବରଗଡ଼ ନାବାଳିକା ଆତ୍ମାହୁତି: ୨ ଅଟକ

ବରଗଡ଼: ବରଗଡ଼ ଜିଲ୍ଲା ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁର ନାବାଳିକା ଆତ୍ମାହୁତି ଘଟଣାରେ ୨ ଜଣ ଅଟକ । ପୁଲିସ ଜଣେ ତେଜରାତି ଦୋକାନୀ ଏବଂ ନାବାଳିକାଙ୍କର ଜଣେ ସଂପର୍କୀୟ ଅଜାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ପେଟ୍ରୋଲ ବିକିଥିବା ଅଭିଯୋଗରେ ତେଜରାତି ଦୋକାନୀଙ୍କୁ ପଚରାଉଚରା କରାଯାଉଛି । ସେହିପରି ନିଆଁ ଲାଗିବା ପରେ ପାଖରେ ଥିବା ସମ୍ପର୍କୀୟ ଅଜାଙ୍କୁ ମଧ୍ୟ ପଚରାଉଚରା କରୁଛି ପୁଲିସ । ସେ ଆତ୍ମଦାହ କରିବାକୁ ଯାଇ ଜଳିଗଲେ ନା ତାଙ୍କୁ ଜାଳି ଦିଆଗଲା ତା’ର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ବୁର୍ଲା ବଡ଼ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମାମଲାର ଛାନ୍‌ଭିନ୍ ପାଇଁ ୩ ଟି ଥାନାର ଆଇଆଇସିଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking