32.1 C
Bhubaneswar
Sunday, March 29, 2026
Homeଓଡିଶାତୁଟିଲା ‘ବାରଣ’ ବିବାଦ: ମାମଲା ପ୍ରତ୍ୟାହୃତ

ତୁଟିଲା ‘ବାରଣ’ ବିବାଦ: ମାମଲା ପ୍ରତ୍ୟାହୃତ

ଛତ୍ରପୁର: ଆସିକା ଅତିରିକ୍ତ ତହସିଲଦାରଙ୍କ ପରିବାରକୁ ବାରଣ ଘଟଣା । ଛତ୍ରପୁର ଥାନାରେ ଘଟଣାର ହେଲା ସମାଧାନ । ଉଭୟ ପକ୍ଷଙ୍କୁ ଡାକି ସମାଧାନ କଲେ ଛତ୍ରପୁର ଥାନା ଅଧିକାରୀ । ୯ ଜଣଙ୍କ ନାଁରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହୃତ ହୋଇଛି । ଅତିରିକ୍ତ ତହସିଲଦାରଙ୍କ ବାପାଙ୍କ ଅଭିଯୋଗ ଆଧାରରେ ହୋଇଥିଲା ମାମଲା । କାଲି ସନ୍ଧ୍ୟାରେ ଦୁଇ ପକ୍ଷ ମଧ୍ୟରେ ଗାଁରେ ହେବ ଆଲୋଚନା । ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଆସ୍କା ଅତିରିକ୍ତ ତହସିଲଦାର ଓଏଏସ୍ ସୌଦାଗର ବେହେରାଙ୍କ ବାପା ବିଜୟ ବେହେରା ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅର ଅନ୍ୟ ଜାତିରେ ବିବାହ ଯୋଗୁଁ ତାଙ୍କ ପରିବାରକୁ ସେମାନଙ୍କ ସମ୍ପ୍ରଦାୟର ସଦସ୍ୟମାନେ ସାମାଜିକ ବର୍ଜନ କରିଥିଲେ। ପୁଅ ଅନ୍ୟ ଜାତିର ଝିଅକୁ ବିବାହ କରିଥିବାରୁ କୈବର୍ତ୍ତ ସମାଜ ପକ୍ଷରୁ ପରିବାରକୁ ସମାଜରେ ଏକ ବିବାହ ଭୋଜିରୁ ଅପମାନିତ କରାଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking