ଭୁବନେଶ୍ୱର: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ହାଇକୋର୍ଟ ବେଞ୍ଚ ଯଶବନ୍ତ ସିଂହ କମିଶନ ମାପଦଣ୍ଡ ସ୍ଥିର କରିଛନ୍ତି । କେଉଁଠି ବେଞ୍ଚ ହେବ ଓକିଲ ସଂଘ ନିଜ ଭିତରେ ଆଲୋଚନା କରି ସ୍ଥିର କରନ୍ତୁ । ପଶ୍ଚିମ ଓ ଦକ୍ଷିଣ ଓଡିଶା ହାଇକୋର୍ଟ ବେଞ୍ଚ କେଉଁଠି ସ୍ଥାପନ ହେବ ସ୍ଥିର କରନ୍ତୁ । ଏନେଇ କେନ୍ଦ୍ର ସରକାରଙ୍କୁ ଏକ ସମନ୍ୱିତ ପ୍ରସ୍ତାବ ଦେବାର ଆବଶ୍ୟକତା ଅଛି ।










