25.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶବାର୍ ମାଲିକମାନେ ଏହି ନିୟମ ମାନିବାକୁ ବାଧ୍ୟ

ବାର୍ ମାଲିକମାନେ ଏହି ନିୟମ ମାନିବାକୁ ବାଧ୍ୟ

ଭୁବନେଶ୍ୱର :ବାର୍ ମାଲିକ ମାନଙ୍କୁ ଅବକାରୀ ବିଭାଗର କଡା ଚେତାବନୀ। ନିୟମ ନମାନିଲେ ନିଆ ଯିବ କଡ଼ା କାର୍ୟ୍ୟାନୁଷ୍ଠାନ। ରଦ୍ଦ ହେବ ବାର୍ ଲାଇସେନ୍ସ। ସୂଚନା
ଅନୁଯାୟୀ , ଭୁବନେଶ୍ୱରର ବାର୍ ଗୁଡ଼ିକ ନିୟମ ମାନୁନଥିବା ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ବାହାର ଜିଲ୍ଲାର ଅବକାରୀ ଅଧିକାରୀଙ୍କୁ ଡାକି ଭୁବନେଶ୍ୱରର ସମସ୍ତ ବାରରେ ଚଢାଉ କରାଯିବା ସହ ତନଖି କରାଯାଇଥିଲା। ଏହି ଚଢ଼ାଉ ବେଳେ ଦୁଇଟି ବାର୍ ନିୟମ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି ଏବଂ ସେହି ବାର୍ ଗୁଡ଼ିକ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବା ସହ ଫାଇନ୍ ଇମ୍ପୋଜ କରାଯିବ।ତେବେ ଗତ କିଛିଦିନ ତଳେ ଚେକିଂ ସମୟରେ ଏକ ବାରରେ ଅବକାରୀ ଅଧୀକ୍ଷକଙ୍କୁ ଜଣେ ବାର୍ ମାଲିକ ଅସଦାଚରଣ କରିଥିଲେ। ଯାହାଫଳରେ ତାଙ୍କୁ ଗିରଫ କରାଯିବା ସହ ସୋ କଜ୍ ନୋଟିସ୍ ମଗାଯାଇଛି। ସବୁ ବାରକୁ ମଧ୍ୟ ଚେତାବନୀ ଦିଆଯାଇଛି। ସମସ୍ତେ ନିୟମ ମାନିବାକୁ ବାଧ୍ୟ। ଯିଏ ମହିଳା ମାନଙ୍କୁ ଅସଦାଚରଣ କରିବେ ତାଙ୍କ ବିରୋଧରେ ଦୃଢ଼ କର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ କମିଶନର ସୂଚନା ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking