14.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଅଗଷ୍ଟ ମାସରେ ୧୫ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ!

ଅଗଷ୍ଟ ମାସରେ ୧୫ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ!

ନୂଆଦିଲ୍ଲୀ: ବ୍ୟାଙ୍କ କାମ ଥିଲେ ଶୀଘ୍ର ସାରି ଦିଅନ୍ତୁ । ନଥିଲେ ହଇରାଣରେ ପଡିବେ । ଅଗଷ୍ଟ ମାସରେ ପର୍ବପର୍ବାଣୀ ଏବଂ ଜାତୀୟ ଛୁଟିକି ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଗ୍ରାହକମାନଙ୍କୁ ସୂଚନା ଦେଇଛି । ଅନେକ ରାଜ୍ୟରେ ବ୍ୟାଙ୍କ ଗୁଡିକ ୧୫ ଦିନ ପାଇଁ ବନ୍ଦ ରହିପାରେ ।
ଅଗଷ୍ଟ ୩ , ରବିବାର, ସାପ୍ତାହିକ ଛୁଟି ଯୋଗୁଁ ସାରା ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୯ ଅଗଷ୍ଟ ୨୦୨୫ ଦ୍ୱିତୀୟ ଶନିବାର, ରକ୍ଷା ବନ୍ଧନ ଯୋଗୁଁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
ଅଗଷ୍ଟ ୧୦ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ ।
ଅଗଷ୍ଟ ୧୫ ଶୁକ୍ରବାର ସ୍ୱାଧୀନତା ଦିବସ ଯୋଗୁଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
ଅଗଷ୍ଟ ୧୭ ରବିବାର ସାପ୍ତାହିକ ଛୁଟି ଯୋଗୁଁ ବନ୍ଦ ରହିବ ।
ଅଗଷ୍ଟ ୨୩ ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ ।
ଅଗଷ୍ଟ ୨୪ ରବିବାର ଦିନ ବ୍ୟାଙ୍କ ବନ୍ଦ ରହିବ ।
ସେହିପରି ଅଗଷ୍ଟ ୩୧ ମାସର ଶେଷ ରବିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ ।

ଏହି ଛୁଟିଦିନଗୁଡିକରେ ବ୍ୟାଙ୍କ ଶାଖାଗୁଡିକ ବନ୍ଦ ରହିବ । କିନ୍ତୁ ନେଟ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କି, ୟୁପିଆଇ ଏବଂ ଏଟିଏମ ସେବା ପରି ଡିଜିଟାଲ ବ୍ୟାଙ୍କିଂ ସେବା ଉପଲବ୍ଧ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking