25.1 C
Bhubaneswar
Friday, March 13, 2026
Homeଦେଶ ବିଦେଶଲୋକସଭାରେ ବ୍ୟାଙ୍କିଙ୍ଗ ଆମେଣ୍ଡମେଣ୍ଟ ବିଲ-୨୦୨୪ ଗୃହୀତ

ଲୋକସଭାରେ ବ୍ୟାଙ୍କିଙ୍ଗ ଆମେଣ୍ଡମେଣ୍ଟ ବିଲ-୨୦୨୪ ଗୃହୀତ

ନୂଆଦିଲ୍ଲୀ: ଲୋକସଭାରେ ବ୍ୟାଙ୍କିଙ୍ଗ ଆମେଣ୍ଡମେଣ୍ଟ ବିଲ-୨୦୨୪ ଗୃହୀତ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବିଧେୟକ ଉପସ୍ଥାପନ କରି ଏହାର ୧୯ଟି ସଂଶୋଧନ ଉପରେ ଚର୍ଚ୍ଚା କରିଛନ୍ତି। ଏହି ବିଧେୟକ ଗୃହୀତ ହେବା ପରେ ବ୍ୟାଙ୍କ ଖାତାଧାରୀଙ୍କୁ ଆକାଉଣ୍ଟରୁ ଆରମ୍ଭ କରି ଫିକ୍ସ ଡିପୋଜିଟ(ଏଫଡି) ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଗ୍ରାହକଙ୍କୁ ସୁବିଧା ଓ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଶରଳ କରିବା ପାଇଁ ଏହି ସଂଶୋଧନକୁ ଗୃହୀତ କରାଯାଇଛି। ଲୋକସଭାରେ ବ୍ୟାଙ୍କିଙ୍ଗ ଲ ଆମେଣ୍ଡମେଣ୍ଟ ବିଲ-୨୦୨୪ଗୃହୀତ ହେବା ପରେ ଆକାଉଣ୍ଟଧାରୀଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ମିଆଦି ଜମା କ୍ଷେତ୍ରରେ ଜଣକ ଜାଗାରେ ୪ ଜଣ ନୋମିନୀ ଯୋଡିବାକୁ ଅଧିକାର ମିଳିବ। ଏପର୍ଯ୍ୟନ୍ତ ବ୍ୟାଙ୍କ ଆକାଉଣ୍ଟରେ ଖାତାଧାରୀଙ୍କୁ ମାତ୍ର ଜଣକୁ ନୋମିନୀ ରଖିବାକୁ ଅନୁମତି ଦିଆଯାଉଥିଲା। ନିୟମରେ ଏପରି ପରିବର୍ତ୍ତନ ଅନକ୍ଲେମଡ ଏମାଉଣ୍ଟକୁ ଉଚିତ ଉତ୍ତରାଧିକାରୀଙ୍କୁ ପ୍ରଦାନ ନିମନ୍ତେ କରାଯାଇଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ତଥ୍ୟ ମୁତାବକ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କରେ ପାଖାପାଖି ୭୮,୦୦୦ କୋଟି ଟଙ୍କା ଅନକ୍ଲେମଡ ରାଶି ଭାବେ ପଡିରହିଛି। ବ୍ୟାଙ୍କ ଆକାଉଣ୍ଟ ହେଉ କି ମିଆଦି ଜମା (ଏଫଡି) ଏଥିରେ ସର୍ବାଧିକ ୪ ନୋମିନୀ ନାମିତ ହେବା ଯୋଗୁ ଖାତାଧାରକ ଏକାଠି ସବୁ ନୋମିନୀଙ୍କୁ ଅର୍ଥ ଫେରାଇବାକୁ ପଡିବ କି ପ୍ରତି ନୋମିନୀ ଅନୁସାରେ କେତେ ଲେଖାଏଁ ଦେବେ ତାହା ନିଜେ ପରାମର୍ଶ କରିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking