21.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଭାରତରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ପର୍ଣ୍ଣ ଷ୍ଟାର ରିୟା ବର୍ଦେ ଗିରଫ

ଭାରତରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ପର୍ଣ୍ଣ ଷ୍ଟାର ରିୟା ବର୍ଦେ ଗିରଫ

ମୁମ୍ବାଇ : ପର୍ଣ୍ଣ ଷ୍ଟାର ରିୟା ବାର୍ଡ ଗିରଫ । ଭାରତରେ ବେଆଇନ ଭାବେ ରହୁଥିବାରୁ ବାଂଲାଦେଶୀ ପର୍ଣ୍ଣ ଷ୍ଟାର ରିୟା ବର୍ଦେଙ୍କୁ ଗିରଫ କରିଛି ମହାରାଷ୍ଟ୍ରର ଉଲହାସନଗରରେ ହିଲ ଲାଇନ ପୋଲିସ । ସୂଚନା ଅନୁଯାୟୀ, ଭାରତରେ ପର୍ଣ୍ଣ ଷ୍ଟାର ଭାବରେ କାମ କରୁଥିବା ରିୟା ଜଣେ ବାଂଲାଦେଶୀ ଅଟନ୍ତି । ମହାରାଷ୍ଟ୍ର ପୋଲିସ ଏହାକୁ ଖୁଲାସା କରିଛି। ପର୍ଣ୍ଣ ଷ୍ଟାର ରିୟା ବର୍ଦେଙ୍କୁ ପୋଲିସ ଗିରଫ କରିଛି। ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ରିୟା ଆରୋହି ବର୍ଦେ ଓ ବନ୍ନା ଶେଖ ନାମରେ ସେ ବେଶ ଜଣାଶୁଣା । ମହାରାଷ୍ଟ୍ରର ଉଲହସନାଗରରେ ଅବସ୍ଥିତ ହିଲଲାଇନ ପୋଲିସ ତାଙ୍କୁ ବେଆଇନ ଭାବେ ବା ନକଲି ଦଲିଲ ମାଧ୍ୟମରେ ଭାରତରେ ରହିଥିବାରୁ ଗିରଫ କରିଛି। ବାଂଲାଦେଶର ପର୍ଣ୍ଣ ଷ୍ଟାର ରିୟା ବର୍ଦେ ଆକା ଆରୋହି ବର୍ଦେଙ୍କୁ ଜାଲ୍ ଡକ୍ୟୁମେଣ୍ଟ ବ୍ୟବହାର କରି ଭାରତୀୟ ପାସପୋର୍ଟ ମିଳିବା ଅଭିଯୋଗରେ ମହାରାଷ୍ଟ୍ରର ଉଲହାସନଗରରେ ହିଲ ଲାଇନ ପୋଲିସ ଗିରଫ କରିଥିଲା।
ସେ ତାଙ୍କ ମା ଏବଂ ଭାଇଭଉଣୀଙ୍କ ସହ ବେଆଇନ ଭାବେ ଭାରତରେ ରହିଥିବାର ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରିୟାଙ୍କ ମା ଅମରବତୀର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସ ରିୟାଙ୍କ ପରିବାର ଅଞ୍ଜଲି ବର୍ଦେ (ଛଦ୍ମନାମ) ରୁବି ଶେଖ, ପିତା ଅରବିନ୍ଦ ବର୍ଦେ, ଭାଇ ରବିନ୍ଦ୍ର (ଛଦ୍ମନାମ) ରିୟାଜ ଶେଖ ଏବଂ ଭଉଣୀ ରିତୁ (ଛଦ୍ମନାମ) ମୋନି ଶେଖଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ନାମିତ କରିଛନ୍ତି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୪୨୦, ୪୬୫, ୪୬୮, ୪୭୯, ୩୪ ଏବଂ ୧୪ ଏ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାର ତଦନ୍ତ କରିଥିବା ପୋଲିସ ସବ୍ ଇନ୍ସପେକ୍ଟର ସାଙ୍ଗରାମ ମାଲକରଙ୍କ ଅନୁଯାୟୀ, ଅନୁସନ୍ଧାନରୁ ଜଣାପଡିଛି ଯେ ରିୟାଙ୍କ ମାତା ଅଞ୍ଜଳି ବାଂଲାଦେଶର ବାସିନ୍ଦା ଏବଂ ସେ ରିୟା ଏବଂ ତାଙ୍କ ଦୁଇ ଝିଅ ଏବଂ ପୁଅଙ୍କ ସହ ଭାରତରେ ବେଆଇନ ଭାବେ ରହୁଥିଲେ। ରିୟାଙ୍କ ମାତା ପଶ୍ଚିମବଙ୍ଗର ବୋଲି ଦାବି କରି ଅମରବତୀର ବାସିନ୍ଦା ଅରବିନ୍ଦ ବର୍ଦେଙ୍କୁ ବିବାହ କରିଥିଲେ। ପରେ ସେ ନିଜ ତଥା ପିଲାମାନଙ୍କ ପାଇଁ ଜାଲ୍ ଜନ୍ମ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଜାଲ୍ ଡକ୍ୟୁମେଣ୍ଟ୍ ଦାଖଲ କରି ଏକ ଭାରତୀୟ ପାସପୋର୍ଟ ପାଇଥିଲେ। ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ରିୟା ରାଜ କୁନ୍ଦ୍ରଙ୍କ ପ୍ରଡକ୍ସନ୍ ସହିତ ଜଡିତ ଥିଲେ ଏବଂ ଅନେକ ଆଡଲ୍ଟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking