26.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତକୁ ଚିଠି ଲେଖିଲା ବାଂଲାଦେଶ

ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତକୁ ଚିଠି ଲେଖିଲା ବାଂଲାଦେଶ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିରେ ବାଂଲାଦେଶର ନୂଆ ଅନ୍ତରୀଣ ସରକାର ଏବେ ଭାରତକୁ ଏକ ଚିଠି ଲେଖିଛି। ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ତାହିଦ୍ ହୁସୈନ କହିଛନ୍ତି ଯେ ଆମେ ଭାରତ ସରକାରଙ୍କୁ କହିଛୁ ଯେ, ତାଙ୍କ ବିରୋଧରେ ଥିବା ଅଭିଯୋଗ ଅନ୍ତର୍ଗତ ନ୍ୟାୟିକ ପ୍ରକ୍ରିୟା ପାଇଁ ଶେଖ ହସିନା ତୁରନ୍ତ ବାଂଲାଦେଶକୁ ଫେରିବା ଉଚିତ୍‌। ୨୦୧୩ରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଅନ୍ତର୍ଗତ ଏହି ପ୍ରକ୍ରିୟାରେ ଭାରତ ସହଯୋଗ କରିବା ଉଚିତ୍‌। ଏହା ଉଭୟ ଦେଶପାଇଁ ମଙ୍ଗଳକାରୀ ହେବ। ତେବେ ଏହି ଚୁକ୍ତି ଅନ୍ତର୍ଗତ ଶେଖ୍ ହସିନାଙ୍କୁ ବାଂଲାଦେଶ ପଠାଇବା ନେଇ ଭାରତ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ।

୭୭ ବର୍ଷୀୟ ଶେଖ୍ ହସିନା ଗତ ଅଗଷ୍ଟରେ ବାଂଲାଦେଶରେ ହୋଇଥିବା ବିକ୍ଷୋଭକୁ ଡରି ନିଜ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡି ଭାରତ ଚାଲିଆସିଥିଲେ। ସେବେଠାରୁ ସେ ଭାରତରେ ଅବସ୍ଥାନ କରିଆସୁଛନ୍ତି। ଶେଖ୍ ହସିନା ଅଗଷ୍ଟ ୫ରୁ ଭାରତର କୌଣସି ଏକ ସେଫ୍ ହାଉସରେ ଆତ୍ମଗୋପନ କରିଛନ୍ତି। ତେଣୁ ବାଂଲାଦେଶର ମହମ୍ମଦ ୟୁନୁସ ସରକାର ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଏହି ଚିଠି ମାଧ୍ୟମରେ କହିଛନ୍ତି। ପ୍ରକାଶ, ଢାକାଭିତ୍ତିକ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି) ଶେଖ୍ ହସିନାଙ୍କ ବିରୋଧରେ ମାନବଜାତି ବିରୋଧରେ ଅପରାଧ ଓ ନରସଂହାର ଭଳି ଅଭିଯୋଗ ଆଣିଛି। କେବଳ ଶେଖ୍ ହସିନା ନୁହଁନ୍ତି ବରଂ ତାଙ୍କ ସରକାରରେ ଥିବା ମନ୍ତ୍ରୀ, ପରାମର୍ଶଦାତା, ପୂର୍ବତନ ସାମରିକ ଓ ବେସାମରିକ ଅଧିକାରୀଙ୍କ ବିରୋଧରେ ମଧ୍ୟ ଗିରଫ ପରୱାନା ଜାରି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking