24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶପାକିସ୍ତାନର ନିକଟତର ହେବାକୁ ଚାହୁଁଛି ବାଂଲାଦେଶ

ପାକିସ୍ତାନର ନିକଟତର ହେବାକୁ ଚାହୁଁଛି ବାଂଲାଦେଶ

ଇସଲାମାବାଦ: ୧୯୭୧ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବାଣିଜ୍ୟ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ, ସରକାରୀ ସାମଗ୍ରୀ ବୋଝେଇ ଏକ ପାକିସ୍ତାନୀ ଜାହାଜ ବାଂଲାଦେଶ ଅଭିମୁଖେ ଯାତ୍ରା କରିଛି। ଏହି ସରକାରୀ ସାମଗ୍ରୀ ପୋର୍ଟ କାସିମରୁ ପଠାଯାଇଛି। ଫେବୃଆରୀ ଆରମ୍ଭରେ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଏକ ସିଧାସଳଖ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହା ଅଧୀନରେ, ବାଂଲାଦେଶ ଟ୍ରେଡିଂ କର୍ପୋରେସନ ଅଫ ପାକିସ୍ତାନ ମାଧ୍ୟମରେ ୫୦ ହଜାର ଟନ ପାକିସ୍ତାନୀ ଚାଉଳ କିଣିବାକୁ ରାଜି ହୋଇଥିଲା।

ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ପ୍ରଥମ ଥର ପାଇଁ, ସରକାରୀ ମାଲ ପରିବହନ କରୁଥିବା ପାକିସ୍ତାନ ନ୍ୟାସନାଲ ସିପିଂ କର୍ପୋରେସନର ଏକ ଜାହାଜ ବାଂଲାଦେଶୀ ବନ୍ଦରରେ ପହଞ୍ଚିବ। ଏହା ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ସାମୁଦ୍ରିକ ବାଣିଜ୍ୟ ସମ୍ପର୍କରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ। ଏହି ମାସରେ ହୋଇଥିବା ଚୁକ୍ତି ଅନୁଯାୟୀ, ବାଂଲାଦେଶ ପାକିସ୍ତାନ ଟ୍ରେଡିଂ କର୍ପୋରେସନରୁ ୫୦ହଜାର ଟନ ଚାଉଳ ଆମଦାନୀ କରିବ। ଏହି ସାମଗ୍ରୀ ଦୁଇଟି ପର୍ଯ୍ୟାୟରେ ବିତରଣ କରାଯିବ। ପ୍ରଥମ କନସାଇନରେ ୨୫ ହଜାର ଟନ ଚାଉଳ ପଠାଯିବ। ସୂଚନାଯୋଗ୍ୟ, ବାଂଲାଦେଶରେ ମହମ୍ମଦ ୟୁନୁସ କ୍ଷମତାକୁ ଆସିବା ପରଠାରୁ ପାକିସ୍ତାନ ସହିତ ଘନିଷ୍ଠତା ବୃଦ୍ଧି ପାଉଛି। ଉଭୟ ଦେଶ କେବଳ ବାଣିଜ୍ୟ ନୁହେଁ ବରଂ ସାମରିକ ସହଯୋଗ ବୃଦ୍ଧି କରିବାରେ ନିୟୋଜିତ ଅଛନ୍ତି। ଏହା ବିଶ୍ୱାସ କରାଯାଉଛି ଯେ ସଦ୍ୟତମ ବାଣିଜ୍ୟ ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଆର୍ôଥକ ସମ୍ପର୍କକୁ ସୁଦୃଢ଼ କରିବ। ସେହି ସମୟରେ, ସିଧାସଳଖ ପରିବହନ ରୁଟର ସୁବିଧା ମଧ୍ୟ ଉନ୍ନତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking