33.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶବାଂଲାଦେଶ ହିଂସାକାଣ୍ଡ : ଏଯାବତ ଗଲାଣି ୧୦୦ ଜୀବନ

ବାଂଲାଦେଶ ହିଂସାକାଣ୍ଡ : ଏଯାବତ ଗଲାଣି ୧୦୦ ଜୀବନ

ବାଂଲାଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାକାଣ୍ଡ ଘଟିଛି। ୧୪ ପୁଲିସ କର୍ମଚାରୀଙ୍କ ସମେତ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି।ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ସରକାର ତିଷ୍ଠିବା ନେଇ ମଧ୍ୟ ଉପୁଜିଛି ସନ୍ଦେହ। ଅଳ୍ପ କିଛି ଦିନ ତଳେ ନିଯୁକ୍ତିରେ ସଂରକ୍ଷଣ ବିରୋଧରେ ଛାତ୍ର ଆନ୍ଦୋଳନରେ ୨ଶହରୁ ଅଧିକ ଜୀବନ ଯାଇଥିଲା। ତେବେ ଗତକାଲି ପୁଣି ଅଧିକାଂଶ ଛାତ୍ର ସଂଗଠନ ଏବଂ ପ୍ରମୁଖ ବିରୋଧ ଦଳ ବିଏନପି ସମର୍ଥିତ ସଂଗଠନ ଗୁଡ଼ିକ ପକ୍ଷରୁ ଅସହଯୋଗ ଆନ୍ଦୋଳନ କରାଯାଇଥିଲା।
ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୪ ଜଣ ପୁଲିସ କର୍ମୀ ଅଛନ୍ତି। ଏଥିରୁ ଗୋଟିଏ ଥାନାର ୧୩ ଜଣ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଛି। ସୂଚନା ଯୋଗ୍ୟ ଯେ, ଶେଖ୍ ହାସିନାଙ୍କ ତତ୍କାଳ ଇସ୍ତଫା ଦାବିରେ ଲୋକଙ୍କୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଅଫିସ୍, ହସ୍ପିଟାଲ, ଦୋକାନ ବଜାର ଆଦି ବନ୍ଦ ରଖିବାକୁ ଡାକରା ଦିଆଯାଇଥିଲା। ତେବେ ଢାକାର ଶାହବାଗ ସ୍କୋୟାର ସମେତ ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନ ବେଳେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ। ଏଥିସହ ବିଭିନ୍ନ ଅଫିସ୍ ଭଙ୍ଗାରୁଜା ସହିତ ଗାଡ଼ି ଜାଳିଦିଆଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। କିଛି ସ୍ଥାନରେ ବୋମା ବିସ୍ଫୋରଣ ଓ ବନ୍ଧୁକ ଫୁଟିଥିବା ମଧ୍ୟ ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ କର୍ଫ୍ୟୁ ଜାରି କରିଛନ୍ତି ବାଂଲାଦେଶ ସରକାର। କିଛି ସ୍ଥାନରେ ହାଇସ୍ପିଡ୍ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ଉପରେ କଟକଣା ଜାରି କରାଯାଇଛି। ତେବେ ଆଜି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ସେନା ହେଲିକପ୍ଟରରେ ଭାରତ ଆସିଥିବା କୁହାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking