ଢାକା: ଗତ କିଛି ସପ୍ତାହ ବାଂଲାଦେଶ କ୍ରିକେଟ ପାଇଁ ଚ୍ୟାଲେଞ୍ଜିଂ ଥିଲା । କିନ୍ତୁ ଏବେ ବାଂଲାଦେଶ କ୍ରିକେଟ୍କୁ ନେଇ ଆସିଛି ଖୁସି ଖବର । ବାଂଲାଦେଶର ମହିଳା କ୍ରିକେଟ୍ ଦଳ ଚଳିତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ମହିଳା ଟି – ୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବାଂଲାଦେଶ ମହିଳା କ୍ରିକେଟ ଦଳ ସୁପର ସିକ୍ସରେ ଥାଇଲ୍ୟାଣ୍ଡକୁ ୩୯ ରନରେ ପରାସ୍ତ କରି ୨୦୨୬ ଟି – ୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ବାଂଲାଦେଶୀ କ୍ରିକେଟ ପ୍ରଶଂସକମାନେ ଗତ କିଛି ସପ୍ତାହ ଧରି ନିରାଶ ହୋଇଛନ୍ତି କାରଣ ସେମାନଙ୍କର ପୁରୁଷ ଦଳକୁ ସେମାନଙ୍କ ବୋର୍ଡ ଯୋଗୁଁ ବିଶ୍ୱକପ୍ରେ ସ୍ଥାନ ପାଇବାରୁ ବଞ୍ଚିତ କରାଯାଇଥିଲା । କିନ୍ତୁ ଏବେ ପ୍ରଶଂସକମାନଙ୍କ ପାଇଁ ଏକ ଭଲ ଖବର ହେଉଛି ଯଦିଓ ସେମାନେ ସେମାନଙ୍କ ପୁରୁଷ ଦଳକୁ ଉତ୍ସାହିତ କରିପାରିବେ ନାହ, କିନ୍ତୁ ସେମାନେ ମହିଳା ଦଳକୁ ଉତ୍ସାହିତ କରିପାରିବେ ।










