15.1 C
Bhubaneswar
Saturday, December 6, 2025
Homeଓଡିଶାଓଡ଼ିଶାକୁ ବିପଦ ବାଂଲାଦେଶୀ

ଓଡ଼ିଶାକୁ ବିପଦ ବାଂଲାଦେଶୀ

ଜଗତ୍‌ସିଂହପୁର: ଓଡ଼ିଶାକୁ ଏବେ ବାଂଲାଦେଶୀ ବିପଦ। ଉପକୂଳ ଜିଲ୍ଲା ଗୁଡ଼ିକରେ ଘର କରିଗଲେଣି। ନକଲି କାଗଜପତ୍ର ହାତେଇ ଆଡ୍ଡା ଜମାଇଲେଣି। ଉଦ୍‌ବେଗର କଥା ହେଉଛି, ସେମାନେ ରହୁଥିବା ଘରୁ ଜବତ ହେଉଛି ପୁଳା ପୁଳା ଖଣ୍ଡା, କାତି, ଭୂଜାଲି, କଟୁରୀ ସହ ବନ୍ଧୁକ। ମୁହଁ ଖୋଲିଲେ ନାଲି ଆଖି ଦେଖାଉଛନ୍ତି। ଗତରାତିରେ ଯାହାର ଉଦାହରଣ ସାମ୍ନାକୁ ଆସିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ପଞ୍ଚାୟତ ସ୍ଥିତ ବେରହିମପୁର ବସ୍ତିରୁ। ତେବେ ସୋମବାର ପୂର୍ବାହ୍ଣରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଉପସ୍ଥିତିରେ ବେରହାମପୁର ଓ ଅପରାହ୍ଣରେ ଧନୀପୂର୍‌ଠାରେ ବେଆଇନ ସରକାରୀ ଜାଗାରେ ଥିବା ଜବରଦଖଲକୁ ବୁଲଡୋଜର ସାହାଯ୍ୟରେ ଉଚ୍ଛେଦ କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଏହି କାର୍ଯ୍ୟ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦ ବଖରା ଘର ଭଙ୍ଗା ଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୬ ରୁ ୭ ବେଆଇନ୍ ଜବରଦଖଲ ଉଚ୍ଛେଦ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଏହି ସୂଚନା ଦେଇଛନ୍ତି।ବେରହାମପୁର ସରକାରୀ ଜାଗାକୁ ଜବରଦଖଲ କରି ଦୀର୍ଘ ବର୍ଷେ ଧରି ୧୦ଟି ଆଜବେଷ୍ଟସ ଘରେ ରହିଆସୁଥିବା ସମ୍ପୃକ୍ତ ବାଙ୍ଗଲାଦେଶୀଙ୍କ ଘରକୁ ମାଟିରେ ମିଶାଯାଇଛି। ଏହି ସମୟରେ ୩ପ୍ଲାଟୁନ ପୁଲିସ ଫୋର୍ସ ସହିତ କଲେକ୍ଟର ଜେ ସୋନାଲ, ଏସପି, ଏସଡିପିଓ, ମାଜିଷ୍ଟ୍ରେଟ୍ ରଘୁନାଥପୁର ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମଧ୍ୟାହ୍ନରେ ନିକଟସ୍ଥ ସଦରଥାନା ଅନ୍ତର୍ଗତ ଜୟଶୋଳ ପଞ୍ଚାୟତର ସାତପୁରା ବସ୍ତିରେ ରହୁଥିବା ବଂଲାଦେଶୀଙ୍କ ସୁରାଗ ପାଇ ଚଢଉ କରାଯାଇଥିଲା। ଉକ୍ତ ବସ୍ତିରେ ପାଖାପାଖି ୩୦ପରିବାର ସରକାରୀ ଜମି ଜବରଦଖ କରି ରହି ଆସୁଥିବା ସୂଚନା ପାଇବା ପରେ ରଘୁନାଥପୁର ତହସିଲଦାରଙ୍କ ଉପସ୍ଥିତିରେ ସମସ୍ତଙ୍କ ଘର ସର୍ଚ୍ଚ କରାଯାଇଥିଲା। ସମସ୍ତ ୱେଷ୍ଟ ବେଙ୍ଗଲରୁ ଆସି ଦୀର୍ଘ ଦିନ ହେଲା ସେଠାରେ ରହି ଆସୁଥିବା ପୁଲିସକୁ ସୁଚନା ଦେଇଥିଲେ।

ହେଲେ ଆଧାର ଯାଞ୍ଚବେଳେ ଠିକ୍ ନଥିବାରୁ ପୁଲିସ ସେମାନଙ୍କ ମଧ୍ୟରୁ ୧୮ଜଣଙ୍କୁ ଥାନାରେ ଅଟକ ରଖିଛି। ସବୁଠାରୁ ବଡ଼ କଥା ହେଲା ଯେ ଉକ୍ତ ଆଧାର କାର୍ଡ ଜରିଆରେ ସରକାରୀ ଜାଗାରେ ଘର କରି ରହିବା ସହିତ ଅନେକ ଇନ୍ଦିରା ଆବାସ, ବିଦ୍ୟୁତ, ପାଇପ ଯାଗେ ଶୁଦ୍ଧ ପାଣି, ରାସନ କାର୍ଡ, ଭତ୍ତା ଇତ୍ୟାଦି ସରକାରୀ ସୁବିଧା ନେଇ ଆସୁଥିବା ପ୍ରଶାସନ ତଦନ୍ତୁରୁ ଜାଣିବାକୁ ପାଇଛି। ଏପରିକି ୨୦ଜଣ ପରିବାରଙ୍କୁ ଭୂମିହୀନ ଦର୍ଶଯାଇ ୪ଡିସିମିଲ୍ ଲେଖାଏଁ ସରକାରୀ ଜାଗା ଯୋଗାଇ ଦିଆ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ସେହି ଜାଗାକୁ ଅନ୍ୟ କାହାକୁ ବିକ୍ରି କରି ଦେଇଥିବା ଜଣାପଡ଼ିଛି। ୭ଟି ଘର ବେଆଇନ ଭାବେ ନିର୍ମାଣ ହୋଇଥିବାବେଳେ ଡିଆଇଜି ସତ୍ୟଜିତ୍ ନାୟକ, ଜିଲ୍ଲାପାଳ ଜେ ସୋନାଲ, ଏସ୍‌.ପି ଅଙ୍କିତ୍ କୁମାର ବର୍ମା, ଏସ୍‌.ଡି.ପି.ଓ ଆଜିଙ୍କ୍ୟା ବି ମାଣେ, ଉପ-ଜିଲ୍ଲାପାଳ ପ୍ରସାନ୍ତ କୁମାର ତରାଇ, ମାଜିଷ୍ଟ୍ରେଟ୍ ରଘୁନାଥପୁର ତହସିଲଦାର, ଡିଏସପି, ଆଇ.ଆଇ.ସି ଶରତ କୁମାର ସାମଲଙ୍କ ସହିତ ଆରଆଇ ଓ ପୁଲିସ ଟିମର କଡା ସୁରକ୍ଷା ମଧ୍ୟରେ ସେଗୁଡ଼ିକୁ ବୁଲଡୋଜର ଜରିଆରେ ମାଟିରେ ମିଶାଇ ଦିଆଯାଇଥିଲା। ଫେରାର ହୋଇ ଯାଇଥିବା ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ସେମାନଙ୍କ ଆଧାର ପୁନର୍ବାର ସଠିକ୍ ଭାବେ ଯାଞ୍ଚ କରାଯିବ। ଯାଞ୍ଚରେ ଯେଉଁମାନଙ୍କ ଠିକ୍ ଥିବା ସେମାନଙ୍କୁ ଛାଡ଼ି ଦିଆଯିବ। ସେମାନଙ୍କୁ ଜବରଦଖଲ ପୁନର୍ବାର କରି ଦିଆଯିବ ନାହିଁ। ବାକି କେଉଁମାନଙ୍କ ଘର ରହିଗଲା, ସେଗୁଡିକ ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ ଓ ଏହିପରି ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ତଦନ୍ତ ପ୍ରକ୍ରୀୟା ଜାରି ରହିବ ବୋଲି ଡିଆଇଜି ଶ୍ରୀ ନାୟକ ସୁଚନା ପ୍ରଦାନ କରିଥିଲେ। ଯେଉଁମାନଙ୍କୁ ଅନୈତିକ ଭାବେ ଲିଜ ସୂତ୍ରରେ ଜାଗା ଦିଆଯାଇଛି କିମ୍ବା ଭୂମିହୀନଙ୍କୁ ଦିଆଯାଇଥିବା ଜାଗା ବିକ୍ରି ହୋଇଛି, ସେହି ପଟ୍ଟାଗୁଡିକୁ ରଦ୍ଦ କରାଯିବା ସହିତ ଏଥିରେ ସମ୍ପୃକ୍ତ ଥିବା ଆର.ଆଇ ଓ ଅନ୍ୟାନ୍ୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ତରାଇ କହିଛନ୍ତି।

ପ୍ରକାଶ ଯେ ବେରହିମପୁର ବସ୍ତିର ଏକ ନିର୍ଜନିଆ ସରକାରୀ ଜାଗାରେ ବାଙ୍ଗଲାଦେଶୀମାନେ ଜବର ଦଖଲ କରି ବେଆଇନ ଭାବେ ବସବାସ କରୁଥିବା ଜଣାପଡ଼ିବା ପରେ ପୁଲିସ ଗତକାଲି ରାତିରେ ଚଢଉ କରିଥିଲା। ତେବେ ସେଠାରେ ରହୁଥିବା ୧୫ରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ପୁରୁଷ ଓ ମହିଳା ବାଙ୍ଗଲାଦେଶୀ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲେ।ଧସ୍ତାଧସ୍ତିରେ ଡିଏସ୍‌ପି ସତ୍ୟବ୍ରତ ଦାଶ ଓ ନିକଟସ୍ଥ ତରିକୁନ୍ଦ ଫାଣ୍ଡିର ଜଣେ ମହିଳା କନଷ୍ଟେବଲ ଆହତ ହୋଇଥିଲେ। ମୁଖ୍ୟ ଅଭିଯୁକ୍ତ ଯିଏ ବାଙ୍ଗଲାଦେଶୀମାନଙ୍କୁ ଆଣି ସରକାରୀ ଜାଗାକୁ ଜବର ଦଖଲ କରି ଘର କରି ରଖିଥିବା ସିକନ୍ଦର ଆଲାମଙ୍କ ସହିତ ଅନେକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର୨ଜଣ ମହିଳାଙ୍କୁ ପୁଲିସ କାବୁ କରି ନେଇଥିଲା। ପରେ ଏସପି ଅଙ୍କିତ କୁମାର ବର୍ମା, ଏସ୍‌.ଡି.ପି.ଓ ଆଜିଙ୍କ୍ୟା ବି ମାଣେ, ସଦର ଆଇ.ଆଇ.ସି ସରୋଜ କାନ୍ତ ସାମଲଙ୍କ ସହିତ ୨ପ୍ଲାଟୁନ ପୁଲିସ ଟିମ୍ ଓ ମାଜିଷ୍ଟ୍ରେଟ୍ ରଘୁନାଥପୁର ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ସେମାନେ ରହୁଥିବା ସମସ୍ତ ଘରକୁ ଖନତଲସ କରିଥିଲେ। ସର୍ଚ୍ଚ ସମୟରେ ସେମାନଙ୍କ ଘରୁ ଦେଶୀ ବନ୍ଦୁକ ସହିତ ବହୁ ମାରଣାସ୍ତ୍ର, ନକଲି ଆଧାର କାର୍ଡ, ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲେ। ପୁଲିସ ଗିରଫ କରିଥିବା ୨ଜଣ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ରାତାରାତି କୋର୍ଟ ଚାଲଣ କରି ଦେଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking