31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ଢାକା: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା ବେଳେ, ଏହାର ପାଲଟା ଜବାବରେ ବାଂଲାଦେଶ ମଧ୍ୟ ସୋମବାର ଠାରୁ ନୂଆଦିଲ୍ଲୀ ସ୍ଥିତ ନିଜର ହାଇକମିଶନରେ ଭାରତୀୟଙ୍କ ପାଇଁ ଭିସା ଓ କନସୁଲାର ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛି। ବାଂଲାଦେଶର ଜଣେ ପ୍ରମୁଖ ଯୁବ ନେତା ଶରିଫ୍ ଓସମାନ ହାଦିଙ୍କ ମୃତ୍ୟୁ ପରେ ପରିସ୍ଥିତି ଜଟିଳ ହୋଇଛି। ଗତବର୍ଷ ଶେଖ ହସିନାଙ୍କ ସରକାର ହଟାଇବାରେ ସେ ଜଣେ ମୁଖ୍ୟ ଚେହେରା ଥିଲେ।

ତାଙ୍କ ମୃତ୍ୟୁ ପରେ ବାଂଲାଦେଶରେ ବ୍ୟାପକ ହିଂସା ଦେଖାଦେଇଥିଲା। ଚଟ୍ଟଗ୍ରାମ ସ୍ଥିତ ଭାରତୀୟ ସହକାରୀ ହାଇକମିଶନ ସମ୍ମୁଖରେ ବିକ୍ଷୋଭ ଏବଂ ସୁରକ୍ଷା ଜନିତ ସମସ୍ୟା ଦେଖାଦେବାରୁ, ଭାରତ ରବିବାର ଠାରୁ ସେଠାରେ ଭିସା ଆବେଦନ କେନ୍ଦ୍ର (IVAC) କୁ ବନ୍ଦ କରିଦେଇଥିଲା। ଭାରତର ଏହି ନିଷ୍ପତ୍ତିର ଜବାବରେ ନୂଆଦିଲ୍ଲୀ ସ୍ଥିତ ବାଂଲାଦେଶ ମିଶନ ପକ୍ଷରୁ କୁହାଯାଇଛି ଯେ, ‘ଅପରିହାର୍ଯ୍ୟ ପରିସ୍ଥିତି’ ଯୋଗୁଁ ସମସ୍ତ ଭିସା ଓ କନସୁଲାର ସେବାକୁ ସାମୟିକ ଭାବେ ବନ୍ଦ କରାଗଲା। ସୂଚନାଯୋଗ୍ୟ ଯେ, ବାଂଲାଦେଶରେ ଭାରତ ବିରୋଧୀ ସ୍ଲୋଗାନ ଏବଂ ଭାରତୀୟ ଦୂତାବାସ ଉପରକୁ ଆକ୍ରମଣ ପରେ ଭାରତ ସରକାର ନିଜର କୂଟନୈତିକ ଅଧିକାରୀଙ୍କ ସୁରକ୍ଷା ପାଇଁ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ଯାତାୟାତ ଏବଂ ଭିସା ପ୍ରକ୍ରିୟା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking