ନୂଆଦିଲ୍ଲୀ : ତ୍ରିପୁରାରେ ଥିବା ନିଜର ଭିସା ଅଫିସକୁ ବନ୍ଦ କରି ଦିଆଯାଇଛି। ଭିସା ଅଫିସ ବନ୍ଦ କରିବାର କିଛି ଘଣ୍ଟା ପରେ ବାଂଲାଦେଶ ସରକାର ଢାକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରିଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ବଢ଼ୁଥିବାରୁ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି ଏସବୁ ଭିତରେ ବାଂଲାଦେଶର ସମନ ପାଇ ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମା ଢାକା ସ୍ଥିତ ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିଥିଲେ। ଏହାପରେ ବାଂଲାଦେଶ ଅଧିକାରୀ ତ୍ରିପୁରାରେ ହୋଇଥିବା ସୁରକ୍ଷା ତ୍ରୁଟି ସମ୍ପର୍କରେ ତାଙ୍କ ଆଗରେ ବିଧିବଦ୍ଧ ଭାବେ ଆପତ୍ତି ଉପସ୍ଥାପନ କରିଥିଲେ। ଶ୍ରୀ ବର୍ମା ମଧ୍ୟ ଏକଥା ଶୁଣିବା ପରେ ସୁରକ୍ଷା ତ୍ରୁଟି କେମିତି ହୋଇଥିଲା ଓ ଏହା ପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବାଂଲାଦେଶର ଅଧିକାରୀଙ୍କୁ ଜଣାଇଥିଲେ। ପ୍ରାୟ ୫୦ ଜଣ ବିକ୍ଷୋଭକାରୀ ବଳପୂର୍ବକ ବାଂଲାଦେଶ ମିଶନ ଭିତରେ ପଶି ଯାଇଥିଲେ। ସେମାନେ ଭଙ୍ଗାରୁଜା ମଧ୍ୟ କରିଥିଲେ। ତେବେ ବିକ୍ଷୋଭକାରୀ ଧସେଇ ପଶିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ। ତଥାପି ବାଂଲାଦେଶ ସରକାର ସୁରକ୍ଷାର ଆଳ ଦେଖାଇ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଅଗରତାଲାରେ ଥିବା ଭିସା ଅଫିସକୁ ବନ୍ଦ କରିଦେଇଛନ୍ତି।