ଢାକା: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ ଭାରତର ଉତ୍ତର-ପୂର୍ବ ରାଜ୍ୟକୁ ନେଇ ନିକଟରେ ବିବାଦୀୟ ବୟାନ ଦେଇଛନ୍ତି। ସେ ଚାଇନାକୁ ଯାଇ ଏହି ବିବୃତ୍ତି ଦେଇଥିଲେ। ତେବେ ଭାରତ ସରକାର ତାଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ। ଏବେ ପୁଣି ଥରେ ଭାରତ ସରକାର ଉତ୍ତର-ପୂର୍ବର ସଂଯୋଗୀକରଣକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଇ ୟୁନୁସଙ୍କୁ ଏକ ଶିକ୍ଷା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଗତ କ୍ୟାବିନେଟ ବୈଠକରେ ଆସାମ-ମେଘାଳୟ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ ୨୨,୮୬୪ କୋଟି ଟଙ୍କାର ଶିଲଂ-ସିଲଚର ଗ୍ରୀନଫିଲ୍ଡ ହାଇ-ସ୍ପିଡ କରିଡର ଏବଂ ଚାରି ଲେନ ହାଇୱେକୁ ଅନୁମୋଦନ କରିଥିଲେ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଦ୍ୱାରା ଆସାମ-ମେଘାଳୟ ସଂଯୋଗୀକରଣ ସହଜ ହେବ। ଏହା ସହିତ, ଅନ୍ୟାନ୍ୟ ସମୁଦ୍ର ପଥ ବିଷୟରେ ମଧ୍ୟ ବିଚାର କରାଯାଉଛି।
ଯାହା ଯୋଗୁଁ ଲୋକଙ୍କ ଭାଗ୍ୟ ମଧ୍ୟ ବଦଳିବ। ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡର ଜଣେ ଅଧିକାରୀ କହିଛନ୍ତି ଯେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଏବଂ କୋଲକାତା ମଧ୍ୟରେ ସମୁଦ୍ର ପଥରେ ଏକ ବିକଳ୍ପ ସଂଯୋଗ ସ୍ଥାପନ କରାଯିବ। ହାଇ-ସ୍ପିଡ କରିଡର ର୍ନିମାଣ ହେବା ପରେ, ସଡ଼କ ପଥରେ ସାମଗ୍ରୀ ପରିବହନ ସହଜ ହୋଇଯିବ, ଯାହା ଏହି ଅଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ। ସିଲଚରରୁ ଶିଲଂ ଗ୍ରୀନଫିଲ୍ଡ ହାଇ-ସ୍ପିଡ କରିଡର ଏବଂ ଚାରି ଲେନ ବିଶିଷ୍ଟ ରାଜପଥ ୧୬୬.୮୦ କିଲୋମିଟର ଲମ୍ବା ହେବ। ଏହାର ମୋଟ ମୂଲ୍ୟ ୨୨ ହଜାର ୮୬୪ କୋଟି ଟଙ୍କା ହେବ। ଯାହା 2030 ସୁଦ୍ଧା ସମାପ୍ତ ହେବାର ଆଶା କରାଯାଉଛି। ଏହାର 144.80 କିଲୋମିଟର ଅଂଶ ମେଘାଳୟରେ ଏବଂ 22 କିଲୋମିଟର ଅଂଶ ଆସାମରେ ରହିବ। ଏହି ପ୍ରକଳ୍ପ ସାହାଯ୍ୟରେ, ଦେଶର ଲଜିଷ୍ଟିକ୍ସ ଦକ୍ଷତା ମଧ୍ୟ ବୃଦ୍ଧି ପାଇବ।
ଏହି କରିଡର ର୍ନିମାଣ ହେବା ସହିତ, ଆସାମ ଏବଂ ମେଘାଳୟ ମଧ୍ୟରେ ଉତ୍ତମ ସଂଯୋଗ ସ୍ଥାପନ ହେବ। ଯାହା ମେଘାଳୟର ବ୍ୟବସାୟ ବିକାଶ ସମେତ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ। କାରଣ ଏହି ପ୍ରକଳ୍ପ ମେଘାଳୟର ସିମେଣ୍ଟ ଏବଂ କୋଇଲା ଉତ୍ପାଦନ ଅଞ୍ଚଳ ଦେଇ ଯିବ। ଏହି କରିଡର ଗୌହାଟୀ ବିମାନବନ୍ଦର, ଶିଲଂ ବିମାନବନ୍ଦର ଏବଂ ସିଲଚର ବିମାନବନ୍ଦରରୁ ଆସୁଥିବା ଜାତୀୟ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ଆବଶ୍ୟକତାକୁ ମଧ୍ୟ ପୂରଣ କରିବ। ଏହା ଆଞ୍ଚଳିକ ଶିଳ୍ପ ଏବଂ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡର ଜଣେ ଅଧିକାରୀ କହିଛନ୍ତି ଯେ ଏହାକୁ ଏକ ସ୍ବତନ୍ତ୍ର ଉପାୟରେ ର୍ନିମାଣ କରାଯିବ। ସେ କହିଛନ୍ତି ଯେ ଢାଲ ଭଳି ଅଞ୍ଚଳରେ ସୱତନ୍ତ୍ର ର୍ନିମାଣ କାର୍ଯ୍ୟ କରାଯିବ। ଏହା ସହିତ, ଏହି ଅଞ୍ଚଳଗୁଡ଼ିକର ତଦାରଖ ପାଇଁ ସର୍ବଶେଷ ପ୍ରଯୁକ୍ତିବିଦ୍ୟା ନିୟୋଜିତ କରାଯିବ। ଭୂମିସ୍ଖଳନର ପୂର୍ବାନୁମାନ କରିବା ପାଇଁ ଆମେ ଢାଲ ସ୍ଥିରୀକରଣ କରିବୁ ଯାହା ଦ୍ୱାରା ଯାତାୟାତକୁ ରୋକାଯାଇପାରିବ। ଏହି ପ୍ରକଳ୍ପକୁ ଉତ୍ତର-ପୂର୍ବର ପ୍ରବେଶ ଦ୍ୱାର ଭାବରେ ମଧ୍ୟ ବିବେଚନା କରାଯାଏ। ଏହା ର୍ନିମାଣ ହୋଇଗଲେ, ବାଂଲାଦେଶ ଉପରେ ର୍ନିଭର ନକରି ଭାଇଜାଗ ଏବଂ କୋଲକାତାରୁ ଉତ୍ତର-ପୂର୍ବକୁ ସାମଗ୍ରୀ ପହଞ୍ଚିବ।