26.1 C
Bhubaneswar
Saturday, March 14, 2026
Homeଦେଶ ବିଦେଶବାଂଲାଦେଶ : ସମସ୍ତ ଭାରତୀୟ ଭିସା ଆବେଦନ କେନ୍ଦ୍ର ବନ୍ଦ

ବାଂଲାଦେଶ : ସମସ୍ତ ଭାରତୀୟ ଭିସା ଆବେଦନ କେନ୍ଦ୍ର ବନ୍ଦ

ନୂଆଦିଲ୍ଲୀ : ବାଂଲାଦେଶରେ ସମସ୍ତ ଭାରତୀୟ ଭିସା ଆବେଦନ କେନ୍ଦ୍ର ବନ୍ଦ କରାଯାଇଛି । ହିଂସାକାଣ୍ଡ ଉପୁଜିଥିବା ବାଂଲାଦେଶରେ “ଅସ୍ଥିର ପରିସ୍ଥିତି” କାରଣରୁ ସେଠାରେ ଥିବା ସମସ୍ତ ଭାରତୀୟ ଭିସା ଆବେଦନ କେନ୍ଦ୍ରକୁ ବନ୍ଦ କରାଯାଇଥିବା ସୂଚନା ରହିଛି। ଭାରତୀୟ ଭିସା ଆବେଦନ କେନ୍ଦ୍ର ୱେବସାଇଟରେ ଆବେଦନକାରୀଙ୍କୁ ସୂଚନା ଦିଆଯାଇଛି ଯେ ପରବର୍ତ୍ତୀ ତାରିଖ ଏସଏମଏସ ମାଧ୍ୟମରେ ଜଣାଯିବ ଏବଂ ପରବର୍ତ୍ତୀ କାର୍ଯ୍ୟ ଦିବସରେ ପାସପୋର୍ଟ ସଂଗ୍ରହ କରାଯିବା ଉଚିତ। ଅସ୍ଥିର ପରିସ୍ଥିତି ହେତୁ ପରବର୍ତ୍ତୀ ସୂଚନା ତାରିଖ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ଭିସା ଆବେଦନ କେନ୍ଦ୍ର ବନ୍ଦ ରହିବ। ପରବର୍ତ୍ତୀ ଆବେଦନ ତାରିଖ ଏସଏମଏସ ମାଧ୍ୟମରେ ଜଣାଯିବ ଏବଂ ପରବର୍ତ୍ତୀ କାର୍ଯ୍ୟ ଦିବସରେ ପାସପୋର୍ଟ ନେବାକୁ ଅନୁରୋଧ କରାଯାଇଛି ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି।ସୋମବାର ଶେଖ ହସିନାଙ୍କ ନେତୃତ୍ୱାଧୀନ ସରକାରର ପତନ ପରେ ଢାକାରେ ଥିବା ଭାରତୀୟ ଉଚ୍ଚ ଆୟୋଗରୁ ୧୯୦ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ଥାନାନ୍ତର କରିବା ପରେ ଏହି ଘୋଷଣା କରାଯାଇଛି। ତେବେ ସମସ୍ତ କୂଟନୀତିଜ୍ଞ ବାଂଲାଦେଶରେ ରହିଛନ୍ତି ଏବଂ ମିଶନଗୁଡିକ କାର୍ଯ୍ୟକ୍ଷମ ବୋଲି ସୂତ୍ରରୁ ପ୍ରକାଶ।
ଅଶାନ୍ତି ପରିବେଶ ଜାରି ରଖିଥିବା ବେଳେ ବାଂଲାଦେଶ ଆଜି ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିବ। ଚିକିତ୍ସା ପ୍ରକ୍ରିୟା ପାଇଁ ପ୍ୟାରିସରେ ଥିବା ୮୪ ବର୍ଷୀୟ ୟନୁସ୍‌ ଏବେ ଢାକା ଅଭିମୁଖେ ଯାଉଛନ୍ତି। ଦେଶର ସାମରିକ ମୁଖ୍ୟ କହିଛନ୍ତି ଯେ କାର୍ଯ୍ୟନିର୍ବାହୀ ସରକାର ଆଜି ରାତି ୮ଟାରେ ଶପଥ ଗ୍ରହଣ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking