ନୂଆଦିଲ୍ଲୀ: ବାଂଲାଦେଶ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ । F-7 BGI ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନିଂ ବେଳେ ବିମାନଟି ତିନି ମହଲା ସ୍କୁଲ୍ କୋଠାକୁ ଧକ୍କା ଦେଇଥିଲା । ଫଳରେ ବିମାନ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କଲେଜ, ସ୍କୁଲ ନିକଟରେ ଛାତ୍ରଛାତ୍ରୀମାନେ ଠିଆ ହୋଇଥିଲେ, ଦୁର୍ଘଟଣା ଫଳରେ ଅନେକ ଛାତ୍ରଛାତ୍ରୀ ଫସି ରହିଛନ୍ତି ।
ସୋମବାର ଦିନ ଢାକାର ଉତ୍ତରା ଅଞ୍ଚଳର ଏକ ସ୍କୁଲ କ୍ୟାମ୍ପସରେ ବାଂଲାଦେଶ ବାୟୁସେନାର ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ସମୟରେ ମାଇଲଷ୍ଟୋନ୍ ସ୍କୁଲ ଏବଂ କଲେଜରେ ଛାତ୍ରମାନେ ଉପସ୍ଥିତ ଥିବାନେଇ ଜଣାପଡିଛି ।ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଂଚି ସୂଚନା ଦେଇଛନ୍ତି ଅତି କମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି । ଜନଗହଳି ପୂଣ୍ଣ ସ୍ଥାନରେ ବିମାନଟି କ୍ରାସ ହୋଇଥିବା ହେତୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ବାୟୁସେନା ହେଲିକପ୍ଟର ଦ୍ୱାରା ଚାରି ଜଣ ଆହତଙ୍କୁ କମ୍ବାଇନ୍ ମିଲିଟାରୀ ହସ୍ପିଟାଲ (CMH) ନିଆଯାଇଛି। “କଲେଜର ଶିକ୍ଷକ ଏବଂ କର୍ମଚାରୀମାନେ ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଶୀଘ୍ର ଘଟଣା ସ୍ଥଳରେ ପହଞ୍ଚିଥିଲେ । କିଛି ସମୟ ପରେ ସେନା ସଦସ୍ୟମାନେ ପହଞ୍ଚିଥିଲେ, ତା’ପରେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ସେବାର ଆଠଟି ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣା ପରେ ବିମାନଟିରେ ନିଆଁ ଲାଗିଗଲା। ବହୁ ଦୂରରୁ ଉଠିଥିବା ଧୂଆଁ ଦେଖାଯାଉଥିଲା। ପାଇଲଟ୍ମାନଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ।










