27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶବାଂଲାଦେଶ: ୬୩ ଇସ୍କନ ସାଧୁଙ୍କୁ ବେଆଇନ୍ ଅଟକ

ବାଂଲାଦେଶ: ୬୩ ଇସ୍କନ ସାଧୁଙ୍କୁ ବେଆଇନ୍ ଅଟକ

ଢ଼ାକା: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ସୀମା ଟପିଛି। ଉପଯୁକ୍ତ କାଗଜପତ୍ର ଥାଇ ବି ସେମାନଙ୍କୁ ଦେଶ ଛାଡ଼ି ବାହାରକୁ ଯିବାକୁ ଅନୁମତି ମିଳୁନାହିଁ। ବଳପୂର୍ବକ ଗିରଫ କରି ଜେଲ ପଠାଯାଉଛି। ଶନିବାର ରାତିରେ ବାଂଲାଦେଶ ଛାଡ଼ି ଭାରତ ଆସିବାକୁ ଚାହୁଁଥିବା ପ୍ରାୟ ୬୩ ଇସ୍କନ ସାଧୁଙ୍କ ପ୍ରତି ଏପରି ଅମାନବୀୟ ଆଚରଣ କରାଯାଇଛି। ବୈଧ କାଗଜପତ୍ର ଥିବା ସତ୍ତ୍ୱେ ସେମାନଙ୍କୁ ବାଂଲାଦେଶ ସୀମା ପାର କରିବାକୁ ଦିଆଯାଇନାହିଁ। ବେନାପୋଲ ଲ୍ୟାଣ୍ଡ ବିମାନବନ୍ଦରରେ ସେମାନଙ୍କୁ ଅଟକ ରଖାଯାଇଛି। ସନ୍ଦିଗ୍ଧ କାର୍ଯ୍ୟକଳାପ ଅଭିଯୋଗରେ ସେମାନଙ୍କୁ ଅଟକ ରଖାଯାଇଥିବା ବାଂଲାଦେଶୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ବେନାପୋଲ ଇମିଗ୍ରେସନ ପୁଲିସର ଅଧିକାରୀ ଇମତିଆଜ ଅହସାନୁଲ କ୍ୱାଡର ଭୁୟାନ କହିଛନ୍ତି ଯେ ଆମେ ପୁଲିସର ସ୍ୱତନ୍ତ୍ର ଶାଖା ସହିତ ପରାମର୍ଶ କରିଥିଲୁ ଏବଂ ସେମାନଙ୍କୁ ଅନୁମତି ନଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ, ବାଂଲାଦେଶରେ ଇସ୍କନ ସାଧୁ ଚିନ୍ମୟ ସ୍ୱାମୀଙ୍କୁ ଗିରଫ ପ୍ରତିବାଦରେ ବିଶ୍ୱବ୍ୟାପୀ ଇସ୍କନ ଭକ୍ତମାନେ ପ୍ରତିବାଦ ଆରମ୍ଭ କରିବା ପରେ ବାଂଲାଦେଶରେ ଇସ୍କନ ଶ୍ରଦ୍ଧାଳୁଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି।

ବାଂଲାଦେଶ ସରକାର ଚିନ୍ମୟ ଦାସଙ୍କୁ ଏପର୍ଯ୍ୟନ୍ତ ମୁକ୍ତ କରିନାହାନ୍ତି। ଚିନ୍ମୟ ଦାସଙ୍କ ଜାମିନ ଉପରେ ଶୁଣାଣି ପାଇଁ କୋର୍ଟ ଡିସେମ୍ବର ୩ ତାରିଖ ଧାର୍ଯ୍ୟ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ବାଂଲାଦେଶରେ ହିନ୍ଦୁ ସନ୍ଥମାନଙ୍କ ଗିରଫଦାରୀ ବିରୋଧରେ ଆଜି ତ୍ରିପୁରାର ଅଗରତାଲା ସ୍ଥିତ ବାଂଲାଦେଶ ଆସିସଷ୍ଟାଣ୍ଟ ହାଇକମିଶନ କାର୍ଯ୍ୟାଳୟ ଠାରେ ଆଜି ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନେକ ବିକ୍ଷୋଭକାରୀ କାର୍ଯ୍ୟାଳୟ ଭିତରକୁ ଧଶେଇ ପସିଥିଲେ, ଫଳରେ ସେଠାରେ ଥିବା ବାଂଲାଦେଶ ଅଧିକାରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ତେବେ ଏପରି ଘଟଣାକୁ ଭାରତ ସରକାର ନିନ୍ଦା କରିଛନ୍ତି। ଏଥିସହ ଘଟଣାଟି ଅତ୍ୟନ୍ତ ଦୁଃଖଦାୟକ ବୋଲି କେନ୍ଦ୍ର ସରକାର କହିଛନ୍ତି। କୂଟନୀତିକ ଓ କନସୁଲାର ସମ୍ପତ୍ତିକୁ କୌଣସି ବି ପରିସ୍ଥିତିରେ କେହି ଟାର୍ଗେଟ କରିପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ତେବେ ଭାରତ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଦିଲ୍ଲୀରେ ଥିବା ବାଂଲାଦେଶ ହାଇକମିଶନ ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ଡେପୁଟି ଓ ଆସିସଷ୍ଟାଣ୍ଟ ହାଇକମିଶନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking