30.1 C
Bhubaneswar
Sunday, March 22, 2026
Homeଓଡିଶା'ବନ୍ଦେଭାରତ' ଟ୍ରାଏଲ ରନ

‘ବନ୍ଦେଭାରତ’ ଟ୍ରାଏଲ ରନ

କେନ୍ଦୁଝର : ‘ବନ୍ଦେଭାରତ’ ଟ୍ରାଏଲ ରନ । ଆଜି ଟ୍ରାଏଲ ରନରେ ଚାଲିଲା ବ୍ରହ୍ମପୁର-ଟାଟାନଗର ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ। ବ୍ରହ୍ମପୁର – ଟାଟାନଗର ମଧ୍ୟରେ ସେପ୍ଟେମ୍ବର ୧୫ ତାରିଖରୁ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବାକୁ ଏଥିପାଇଁ ରେଳ ବିଭାଗ ପ୍ରସ୍ତୁତ ହେଉଛି । ଲୋକାର୍ପଣ ପୂର୍ବରୁ ଏହି ମାର୍ଗରେ ଆଜି ଟ୍ରାଏଲ ରନ କରାଯାଇଛି । ଟ୍ରେନଟି ନିର୍ଦ୍ଧାରିତ ସମୟରେ କେନ୍ଦୁଝର ଷ୍ଟେସନ ରେ ୮ ଟା ୫୮ ରେ ପହଞ୍ଚି ୯ଟା ୪ମିନିଟରେ କେନ୍ଦୁଝର ଷ୍ଟେସନ ଛାଡି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଥିଲା। ଟାଟା ନଗର-ବହ୍ମପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେଭାରତ ଟ୍ରେନର ଟ୍ରାଏଲ ରନରେ ଆଜି ଟ୍ରେନଟିକୁ ଦେଖିବାପାଇଁ ଅନେକ ସ୍ଥାନୀୟ ଲୋକ ଏବଂ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। କେନ୍ଦୁଝର ଦେଇ ଏହି ସ୍ୱତନ୍ତ୍ର ଟ୍ରେନ ଟିକୁ ଚଲାଇବା ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଏବଂ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking