27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶବନ୍ଦେ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ ବେଳେ ଅଘଟଣ

ବନ୍ଦେ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ ବେଳେ ଅଘଟଣ

ଆଗ୍ରା : ବନ୍ଦେ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ ବେଳେ ଅଘଟଣ । ରେଳ ଟ୍ରାକକୁ ଖସି ପଡିଲେ ବିଜେପି ବିଧାୟକ। ସବୁଜ ପତାକା ଦେଖାଇ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କରିବା ସମୟରେ ଇତୱାର ବିଧାୟକ ସରିତା ବାହାଦୁରିଆ ରେଳ ଧାରଣାକୁ ଖସି ପଡିବାର ଭିଡିଓ ଭାଇରାଲ୍ ହେଉଛି। ସୂଚନା ଅନୁସାରେ, ଗତକାଲି ଆଗ୍ରା-ବାରଣାସି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ଇତୱା ପ୍ଲାଟଫର୍ମରେ ସନ୍ଧ୍ୟା 6ଟା ସମୟରେ ଟ୍ରେନ୍ ଲାଗିଥିଲା। ମନ୍ତ୍ରୀ, ବିଧାୟକଙ୍କ ସମେତ ଅନେକ ନେତା ଏବଂ ସାଧାରଣ ଜନତା ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ୬୧ ବର୍ଷୀୟ ବିଧାୟକ ସରିତା ବାହାଦୁରିଆ ଅନ୍ୟମାନଙ୍କ ସହ ବନ୍ଦେ ଭାରତର ଶୁଭାରମ୍ଭ କରିବା ପାଇଁ ସବୁଜ ପତାକା ଦେଖାଉଥିଲେ। ହେଲେ ହଠାତ୍ ରେଳଧାରଣାକୁ ଖସି ପଡ଼ିଥିଲେ। ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ ଶୁଭାରମ୍ଭ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ିନଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking