32.1 C
Bhubaneswar
Saturday, March 14, 2026
Homeଓଡିଶାଆରମ୍ଭ ହେଲା ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା

ଆରମ୍ଭ ହେଲା ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନର ବିକାଶ ପାଇଁ ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ୨୦୦୩ରୁ ବାରିପଦାର ବୁଢାବଳଙ୍ଗ, ଚିପଟ ଓ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳରେ ୯ ବର୍ଷ ଧରି ଜିଲ୍ଲାର ସମସ୍ତ ୪ଟି ଉପଖଣ୍ଡର ଅଧୂବାସୀଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ବୟ ରକ୍ଷା ସହିତ ଭାଇଚାରାର ପରମ୍ପରାକୁ ମଜଭୁତ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଆସୁଥିବା ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ବାଇକ ଶୋଭାଯାତ୍ରା ମଧ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭହୋଇ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଜାଗରଣ ଯାତ୍ରାରେ ୫୦ରୁ ଅଧୂକ ସଂସ୍କୃତି ସୈନିକଙ୍କ ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥ ୩ଦିନ ଧରି ସମଗ୍ର ଜିଲ୍ଲା ପରିକ୍ରମା କରି ମୟୂରଭଞ୍ଜର କଳା ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର ସହ ଜିଲ୍ଲାରେ ଭାଇଚାରାର ପରମ୍ପରାକୁ ସୁଦୃଢ କରିବ। ସକାଳ ୮ ଟାରେ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ଏହି ଯାତ୍ରା ଛଉ, ଝୁମର, କଳସିନାଚ, ସଂକୀର୍ତ୍ତନ, ଓଡିଶୀ ଆଦି କଳାକାର ମାନଙ୍କର ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ଆସି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଜାଗରଣ ଯାତ୍ରା ଏବଂ ଜ୍ୟୋତିରଥ କୁଳିଅଣା, କଳାବାଡିଆ, ଝାରପୋଖରିଆ, ସାରସକଣା, ବାଙ୍ଗିରିପୋଷି, ବିଶୋଇ, ବିଜାତଳା, ରାଇରଙ୍ଗପୁର, ବହଳଦା ହୋଇ ଦୁନ୍ଦୁ ପର୍ଯ୍ୟନ୍ତ ଯିବ I ସେହିପରି ୧୪ ତାରିଖ ଦ୍ୱିତୀୟ ଦିନ ଦୁନ୍ଦୁରୁ ବାହାରି ଜାମଦା, ଗଢରାଇରଙ୍ଗପୁର, ଭାଲୁବସା, ଯଶିପୁର, ଖିଚିଂ , କରଞ୍ଜିଆ, କଳାକାଦ, ଠାକୁରମୁଣ୍ଡା, ଚମ୍ପାଝର, ଶରତ, କପ୍ତିପଦା ହୋଇ ଉଦଳାରେ ପହଞ୍ଚିବ । ଏବଂ ୧୫ ତାରିଖ ତୃତୀୟ ଦିନ ଉଦଳାରୁ ବାହାରି ଶୋଭାଯାତ୍ରା ଖୁଣ୍ଟା, ହରିପୁର ଗଡ଼, ବଡ଼ସାହି, ମାଣତ୍ରୀ, ପାଟୁଳିପୁରା, ବୈଶିଙ୍ଗା, ବେତନଟି, ଚିତ୍ରଡା, ମୋରଡା, ବାଘଡା, କୋଷ୍ଠା, ଶୁଳିଆପଦା, ଦେଉଳି ହୋଇ ବାରିପଦା ବାଲେଶ୍ୱର ଗୋଲେଇରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଛଉପଡ଼ିଆ ନିକଟରେ ଜାଗରଣ ଯାତ୍ରା ଉଦ‌ଯାପିତ ହେବ ବୋଲି ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking