ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କର ବୟାନ ରେକର୍ଡ । ଆଇଓ ତଥା ଡିଏସପି କଳ୍ପନା କହଁରଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ଏଥିସହ ଦିଲ୍ଲୀରେ ସଫଦରଜଙ୍ଗ କୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ପୀଡିତାଙ୍କ ବୟାନ ଆଧାରରେ କାଯ୍ୟାନଷ୍ଠାନ ହେବ କହିଲେ ପୁରୀ ଏସପି ପିନାକ ମିଶ୍ର । ତଦନ୍ତର ଶେଷ ପଯ୍ୟାୟରେ ପହଞ୍ଚିସାରିଛି । ଆଇନଗତ ଦିଗକୁ ଦୃଷ୍ଟିରେ ରଖି କରାଯାଉଛି ତଦନ୍ତ । ନାବାଳିକାଙ୍କର ଚିକିତ୍ସା ଚାଲିଥିବାରୁ ଅତି ସତର୍କତାର ସହିତ ତଦନ୍ତ କରାଯାଉଛି । ପୀଡିତାଙ୍କର ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଯାହା ତଦନ୍ତ କରାଯାଉଛି । ତାହା ପୀଡିତାଙ୍କ ପରିବାର ଆଗରେ କରାଯାଉଛି । ଆଉ ସମସ୍ତ ପ୍ରକ୍ରିୟା ତଦନ୍ତର ଭିଡିଓ ରେକର୍ଡ କରାଯାଉଛି ।










