ପିପିଲି: ବଳଙ୍ଗା ନାବାଳିକା ପୋଡିବା ଘଟଣାରେ ୧୦ ଜଣଙ୍କୁ ପଚରାଉଚରା କରୁଛି ପୁଲିସ୍ । ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ଚାଲିଛି ପଚରାଉଚରା । ଅତିରିକ ଏସ୍ପି କହିଛନ୍ତି ସମସ୍ତ ଦିଗକୁ ତର୍ଜମା କରାଯାଉଛି । କୌଣସି ବ୍ୟକ୍ତିଙ୍କୁ ଅଟକ ରଖାଯାଇନି ବୋଲି ଅତିରିକ୍ତ ଏସ୍ପି କହିଛନ୍ତି । ଏମ୍ସରେ ଛାତ୍ରୀଙ୍କ ଚାଲିଛି ଚିକତ୍ସା । ଛାତ୍ରୀଙ୍କ ୭୦ ପ୍ରତିଶତ ପୋଡିଯାଇଥିବା ଏମ୍ସ ଡାକ୍ତର କହିଛନ୍ତି । ଏମ୍ସ୍ ବର୍ଣ୍ଣୱାର୍ଡକୁ ପୀଡିତାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବର୍ଣ୍ଣ ୱାର୍ଡ ବାହାରେ ନୋଟିସ୍ ଲାଗିଛି । ଏହି ନୋଟିସ୍ ରେ କୁହାଯାଇଛି ଅଯଥା ଗହଳି କରନ୍ତୁ ନାହିଁ । କୌଣସି ଲୋକ ଏକାଠି ହୁଅନ୍ତୁ ନାହିଁ । ଭିଡ଼ ହେଲେ ଚିକିତ୍ସାରେ ବାଧା ସୃଷ୍ଟି ହେବ । ରୋଗୀ ସେବାରେ ବାଧା ସୃଷ୍ଟି ହେବ । ଏଥିସହିତ ଏମ୍ସ ବାହାରେ ବ୍ୟାରିକେଡ୍ କରାଯାଇଛି । ଏମ୍ସ ରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।










