27.1 C
Bhubaneswar
Monday, March 30, 2026
Homeଓଡିଶାବିପଦ ସଙ୍କେତ ଟପିଲା ବୈତରଣୀ

ବିପଦ ସଙ୍କେତ ଟପିଲା ବୈତରଣୀ

ଭଦ୍ରକ: ବିପଦ ସଙ୍କେତ ଟପିଲା ବୈତରଣୀ ନଦୀର ଜଳସ୍ତରା ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୩୩ମି ଥିବାବେଳେ ଜଳସ୍ତର ୧୮.୪୨ମି ରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବା ସୂଚନା ମିଳିଛି । ବର୍ଷା ଜାରି ରହିଲେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି । ଅନ୍ୟପଟେ, ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ଏବଂ ଜଳଭଣ୍ଡାରର କ୍ଷମତାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ପାଇଁ ହୀରାକୁଦ ଜଳଭଣ୍ଡାର ୮ଟି ଗେଟ ଖୋଲାଯାଇଛି। ଜଳଭଣ୍ଡାର ବାମ ପାର୍ଶ୍ବରୁ ୩ଟି ଓ ଦକ୍ଷିଣ ପାର୍ଶ୍ବରୁ ୫ଟି ଗେଟ୍‌ ଖୋଲି ଦିଆଯାଇଛି। ହୀରାକୁଦରୁ ଏହିସବୁ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାଯାଇଛି। ଲଗାଣ ବର୍ଷା ହେତୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବା ହେତୁ ଏଭଳି ପଦକ୍ଷେପ ନିଆଯାଇଛି। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking