18.1 C
Bhubaneswar
Tuesday, December 23, 2025
Homeଓଡିଶାବାଂଲାଦେଶୀଙ୍କୁ ଆଶ୍ରୟ ଦେଇଥିବା ଗିରଫ ଅଭିଯୁକ୍ତଙ୍କ ବେଲ୍ ଖାରଜ

ବାଂଲାଦେଶୀଙ୍କୁ ଆଶ୍ରୟ ଦେଇଥିବା ଗିରଫ ଅଭିଯୁକ୍ତଙ୍କ ବେଲ୍ ଖାରଜ

ଜଗତ୍‌ସିଂହପୁର: ଖାରଜ ହେଲା ବାଂଲାଦେଶୀମାନଙ୍କୁ ଜିଲ୍ଲାରେ ଆଶ୍ରୟ ଦେଇ ବେଆଇନ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରିବା ଘଟଣାର ଗିରଫ ୫ ଅଭିଯୁକ୍ତଙ୍କ ବେଲ୍‌। ମଙ୍ଗଳବାର ଗିରଫ ଅଭିଯୁକ୍ତମାନଙ୍କ ପକ୍ଷ ଓକିଲ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ବେଲ ମୁଭ କରିଥିଲେ। ଜଜ୍ ଏହି ଅଭିଯୁକ୍ତମାନଙ୍କ ବେଲକୁ ଖାରଜ କରି ଦିଆ ଯାଇଥିବା ପବ୍ଲିକ ପ୍ରୋସିକ୍ୟୁଟର ତପନ କୁମାର ପାଲ ସୁଚନା ପ୍ରଦାନ କରିଛନ୍ତି। ଗତ ତା ୧୬.୧୧.୨୦୨୫ରିଖରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ମିଳିତ ଭାବେ ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ବିଟ୍ ହାଉସ ଅଧିନ ବେରହିମପୁର ବସ୍ତି ସ୍ଥିତ ବେଆଇନ ଭାବେ ସରକାରୀ ଜାଗାକୁ ଜବରଦଖଳ କରି ଆଶ୍ରୟ ନେଇଥିବା ବାଂଲାଦେଶୀ ଘର ଉପରେ ଚଢାଉ କରାଯାଇଥିଲା। ଏହି ଚଢାଉରେ ବାଂଲାଦେଶୀମାନଙ୍କୁ ଆଶ୍ରୟ ଦେଇଥିବା ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ(ସିକୋ) ଓ ତାଙ୍କ ଭାଇ ଅବଦୁଲ ମୋତାଲିଫ ଖାନ ଦ୍ୱୟ ତାଙ୍କର ଦୁଇ ଭଉଣୀ ପରୱିନ ବିବି, ସ୍ୱନା ଅଜମି ସହିତ ସାହିର ବାଦରୁନ ନିଶା ଘଟଣାସ୍ଥଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥିଲେ। ଏଥି ସହିତ ପୁଲିକୁ ସହାୟତା କରିବା ବଦଳରେ ପୁଲିସକୁ ଆକ୍ରମଣ କରିବା ସହିତ ଅସାଳିନ ବ୍ୟବହାର ପ୍ରଦର୍ଶନ କରି ଦୁଇଭାଇ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ପୁଲିସ ସିକୋର ଦୁଇ ଭଉଣୀଙ୍କ ସହିତ ତାଙ୍କର ଜଣେ ସମର୍ଥକଙ୍କୁ ଗିରଫ କରି ନେଇଥିଲେ। ପରବର୍ତ୍ତି ସମୟରେ ପୁଲିସ ଛାନଭିନ କରି ଅନ୍ୟ ଜିଲ୍ଲାରୁ ମୁଖ୍ୟ ଅଭିଯୁକ୍ତ ଦ୍ୱୟ ସିକୋ ଓ ଟିକୋଙ୍କୁ ଗିରଫ କରି ଜେଲ ପଠାଇ ଥିଲେ। ପୁଲିସ ଏହି ଘଟଣାରେ ଉପରୋକ୍ତ ୫ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ନଂ ୯୧୨/୨୦୨୫ ରୁଜୁ କରି କୋର୍ଟଚାଲଣ କରିଥିଲା। ତେବେ ଏହି ମାମଲାର ଅଭିଯୁକ୍ତମାନଙ୍କ ପକ୍ଷରୁ ଆଇଜୀବୀ ଆଜି ମଙ୍ଗବାର ଜିଲ୍ଲା କୋର୍ଟରେ ବେଲ ମୁଭ କରିଥିଲେ। ଜାହାକୁ ଜିଲ୍ଲା ଓ ଦୌରାଜଜ୍ ଅଭିଯୁକ୍ତମାନଙ୍କ ବେଲ୍‌କୁ ଖାରଜ କରି ଦିଆଯାଇଥିବା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ପବ୍ଲିକ ପ୍ରୋସିକ୍ୟୁଟର ତପନ କୁମାର ପାଲ ସୁଚନା ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking