18.1 C
Bhubaneswar
Sunday, February 8, 2026
Homeଓଡିଶାମାଟିରେ ମିଶିଲା ବୈକୁଣ୍ଠ ଆଶ୍ରମ

ମାଟିରେ ମିଶିଲା ବୈକୁଣ୍ଠ ଆଶ୍ରମ

ଭୁବନେଶ୍ୱର: ଅନେକ ଦିନର ଅପେକ୍ଷା ପରେ ଆଜି ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ଉପରେ ବୁଲିଲା ବୁଲଡୋଜର  । ଆଶ୍ରମରେ ଜବରଦଖଲ ଉଚ୍ଛେଦ ଜାରି ରହିଛି । ଏହା ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଛି । ଆଶ୍ରମ ପରିସରରେ ପୁରାପୁରି  ପୁଲିସ ଛାଉଣି ରହିଛି ।  ଏନେଇ ଜିଏ ଅଧିକାରୀ ଅନିୟ ଦାସ ସୂଚନା ଦେଇଛନ୍ତି । ବୈକୁଣ୍ଠଧାମ ଆଶ୍ରମ  ସମ୍ପୁର୍ଣ ଭଙ୍ଗାଯିବ । ଆଜି ଦିନ ୧୨ ଟା ସୁଦ୍ଧା ଆଶ୍ରମରୁ ସବୁ ଜିନିଷପତ୍ର ଖାଲି କରିବାକୁ ମଧ୍ୟ ଘୋଷଣା କରିଥିଲା ବିଡିଏ  । ଆଜି ସୁରକ୍ଷା କର୍ମୀଙ୍କ ସହ ଠିକଣା ସ୍ଥାନରେ ପହଞ୍ଚିଥିଲା ବିଡିଏ ଟିମ୍।  ଆଜି ଆଶ୍ରମ କୋଠାକୁ ଭାଙ୍ଗିବା ଆରମ୍ଭ କରିଛି ବୁଲଡୋଜର । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଉଚ୍ଛେଦ କାମ ଶେଷ କରିବା ଚେଷ୍ଟା କରାଯିବ । ଯଦି କିଛି ବାକି ରୁହେ ତେବେ ଆସନ୍ତା କାଲି ଏହାକୁ ପୂରଣ କରାଯିବ। ଏହାପରେ ୧୦୪ ଡିସିମିଲ ଜମି ଉପରେ ପାଚେରୀ ନିର୍ମାଣ କରାଯାଇ ସରକାରୀ ସମ୍ପତ୍ତିର ସୁରକ୍ଷା କରାଯିବ ବୋଲି କହିଛନ୍ତି ବିଡିଏ ଅଧିକାରୀ। ତେବେ ଆଶ୍ରମ ପରିସରରେ ଉଚ୍ଛେଦ ସମୟରେ ଯେପରି କୌଣସି ଅପ୍ରତିକର ସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଆଶ୍ରମ ପରିସରରେ ବ୍ୟାପକ ପୁଲିସ ଛାଉଣୀ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking